ଯାଜପୁରସଦର: ଯାଜପୁର ପୌରପାଳିକାରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ କୁନିଲତା ସାହୁଙ୍କଠାରୁ ସୁନାଚେନ୍‌ ଲୁଟ୍‌ ହୋଇଛି। ସହରର ମାନସାପୋଲ ନିକଟ‌ରେ ଲୁଟେରା ପଲସରରେ ଆସି ତାଙ୍କ ବେକରୁ ସୁନା ଚେନ୍‌ଟିକୁ ଝାମ୍ପି ନେଇଥିଲେ। ଲୁଟି ନେଇଥିବା ଅଭିଯୋଗ ହୋଇଛି।

Advertisment

କୁନିଲତା ସ୍କୁଟି ଯୋଗେ ବୈଦ୍ୟରାଜପୁରରୁ ଅଫିସ ଅଭିମୁଖେ ଆସୁଥିବା ବେଳେ ଲୁଟ୍‌ର ଶିକାର ହୋଇଥିଲେ। ଟାଉନ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ସିସି କ୍ୟାମେରା ଫୁଟେଜକୁ ଯାଞ୍ଚ କରୁଛି।