ବ୍ୟାଙ୍କରୁ ଦେଢ଼ କିଲୋ ସୁନା ଚୋରି: ଗ୍ରାହକ ହୋଇ ପଶିଥିଲା, କର୍ମଚାରୀଙ୍କ ଅଜାଣତରେ କୋଠରୀରେ ଦିନସାରା ଲୁଚିଥିଲା

ଦେଢ଼ ମାସ ପରେ ଚୋର ଗିରଫ

ଲକ୍ଷ୍ମୀପୁର/କୋରାପୁଟ: ଗତ କିଛିଦିନ ପୂର୍ବେ କୋରାପୁୁଟ ଜିିଲ୍ଲା ଲାଷ୍ମୀପୁରସ୍ଥିତ ଏସବିଆଇ ବ୍ୟାଙ୍କରେ ସୁନା ଚୋରି ହୋଇଥିବା ଘଟଣାର ପର୍ଦାଫାସ ହୋଇଛି। କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟାପଲିଙ୍କ କହିବାନୁଯାୟୀ ଗତ ବର୍ଷ ନଭେମ୍ବର ମାସ ୩୦ ତାରିଖରେ ବ୍ୟାଙ୍କର ଜଣେ ପୂର୍ବତନ କର୍ମଚାରୀ ଯାହାକୁ କି ଅନିୟମିତତା କାରଣରୁ ବାହାର କରାଯାଇଥିଲା, ସେ ବ୍ୟାଙ୍କ ଭିତରେ କିଛି କାମ ଦର୍ଶାଇ ଦିନବେଳା ଯାଇଥିଲା। ସେହିଦିନ ହିଁ ସେ ବ୍ୟାଙ୍କରୁ ନବାହାରି ବ୍ୟାଙ୍କ ଭିତରେ ଏକ କୋଠରୀରେ ଲୁଚି ରହିଯାଇଥିଲା ।

ସଂଧ୍ୟା ସମୟରେ କର୍ମଚାରୀ ମାନେ ବାହାର ପଟୁ ତାଲା ପକାଇ ଚାଲିଯିବା ପରେ ରାତ୍ରରେ କୋଠରୀରୁ ବାହାରି ବ୍ୟାଙ୍କ ମ୍ୟାନେଜରଙ୍କ ରୁମରେ ଥିବା ଷ୍ଟ୍ରଙ୍ଗରୁମ୍ ଓ ଲକରର ଚାବି ବାହାର କରି ଦେଢ କେଜିରୁ ଊର୍ଧ୍ବ ସୁନା ବାହାର କରି ପୁଣି ପୁର୍ବ ଭଳି ଲକର ସମେତ ଷ୍ଟ୍ରଙ୍ଗ ରୁମରେ ତାଲା ଠୁଙ୍କି ଦେଇ ପୁଣି ଲୁଚି ରହି ଯାଇଥିଲା। ତହିଁ ଆରଦିନ ବ୍ୟାଙ୍କ ଖୋଲା ଯିବା ପରେ ଚୋରି ହୋଇଥିବା ସମନ୍ଧରେ ସାମାନ୍ୟ ଟିକେ ସୁରାକ୍ ମଧ୍ୟ କେହି ପାଇପାରିନଥିଲେ ଓ ଏହାର ସୁଯୋଗ ନେଇ ଘଣ୍ଟାଏ ପରେ ଅତି ଆରାମରେ ଚୋର ବ୍ୟାଙ୍କରୁ ପଳାଇଯାଇଥିବା ସିସିଟିଭି ଫୁଟେଜ୍ ରୁ ଜଣାପଡୁଥିବା ସେ ସୂଚନା ଦେଇଛନ୍ତି। ଚୋର ଶେଖର କୁଲଦୀପିଆକୁ ଗିରଫ କରିବା ସହ ପୁଲିସ ତା ଘରେ ରେଡ଼ କରି ଚୋରିଯାଇଥିବା ସୁନା ଓ ଲକ୍ଷାଧିକ ନଗଦ ଟଙ୍କା ଜବତ କରିଛି ।

ସମ୍ବନ୍ଧିତ ଖବର