ସୁନାଦର ୧୨୨ ଟଙ୍କା ବୃଦ୍ଧି ପାଇ ୩୯,୨୪୮ ଟଙ୍କାରେ ପହଞ୍ଚିଲା

ନୂଆଦିଲ୍ଲୀ : ସୁନାଦର ଆଜି ୧୦ ଗ୍ରାମ ପିଛା ୧୨୨ ଟଙ୍କା ବୃଦ୍ଧି ପାଇ ୩୯,୨୪୮ ଟଙ୍କାରେ ପହଞ୍ଚିଛି । ସେହିପରି ରୁପାଦର କିଲୋଗ୍ରାମ ପିଛା ୨୦୭୦ ଟଙ୍କା ବୃଦ୍ଧି ପାଇ ୫୦,୧୨୫ ଟଙ୍କାରେ ପହଞ୍ଚିଛି ।
ଭାରତୀୟ ବଜାରରେ ୯୯.୯ ପ୍ରତିଶତ ଓ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୧୨୨ ଟଙ୍କା ଲେଖାଏଁ ବୃଦ୍ଧି ପାଇ ଯଥାକ୍ରମେ ୩୯,୨୪୮ ଓ ୩୯,୧୫୦ ଟଙ୍କାକୁ ବୃଦ୍ଧି ପାଇଛି । ତେବେ ଫ୍ୟୁଚର ବଜାରରେ ସୁନାଦର ହ୍ରାସ ପାଇଛି । ଅକ୍ଟୋବର ଡେଲିଭରୀ ପାଇଁ ଏହା ୦.୬୧ ପ୍ରତିଶତ ହ୍ରାସ ପାଇ ୩୯୪୩୬ ଟଙ୍କାରେ ପହଞ୍ଚିଛି ।
ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପିଛା ୧୫୩୭ ଡଲାରରେ ପହଞ୍ଚିଛି । ସେହିପରି ରୁପା ଦର ଆଉନ୍ସ ପିଛା ୧୯.୨୭ ଡଲାରରେ ପହଞ୍ଚିଛି । ଏହାର ପ୍ରଭାବରୁ ଭାରତୀୟ ବଜାରରେ ସୁନା ଓ ରୁପାଦର ବୃଦ୍ଧି ପାଇଛି । ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ ଫଳରେ ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ପାଉଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ ।

ସମ୍ବନ୍ଧିତ ଖବର