ସଫା କରିବା ଆଳରେ ନେଇଗଲେ ସୁନା ମୁଦି, ଚେନ୍‌

ନକଲି ଦେଇ ଅସଲି ସୁନାଗହଣା ନେବାକୁ ଉଦ୍ୟମ, ୩ ଗିରଫ

Times of India

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଓରିଏଣ୍ଟ ଥାନା ଅଭୟପୁରରେ ପୀତାମ୍ବରୀ ପାଉଡର ବିକ୍ରି ନାମରେ ଦୁଇଜଣ ଯୁବକ ସୁନା ମୁଦି ଓ ଚେନ୍‌ ଧରି ଫେରାର୍‌ ହୋଇଯାଇଛନ୍ତି। ଠକାମୀର ଶିକାର ହୋଇଥିବା ମହିଳା ଚୁମ୍‌କି ଦେବନାଥ ଏନେଇ ଓରିଏଣ୍ଟ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଅନୁସନ୍ଧାନ କରୁଛି।

ସୂଚନା ଅନୁସାରେ, ରବିବାର ଅପରାହ୍‌ଣ ୩ଟାରେ ଅଭୟପୁରା ଗାଁକୁ ଦୁଇଜଣ ଯୁବକ ଏକ ବାଇକ୍‌ରେ ଆସିଥିଲେ। ସେମାନେ ସୁନାରୁପା ଅଳଙ୍କାର ସଫାରେ ବ୍ୟବହୃତ ପୀତାମ୍ବରୀ ପାଉଡର ବିକ୍ରି କରୁଥିଲେ। ସେମାନେ ଚୁମ୍‌କିଙ୍କୁ ଏହି ପାଉଡରରେ କିପରି ସୁନା ସଫା ହେଉଛି ତାହା ଦେଖାଇ ଦେବେ ବୋଲି କହିଥିଲେ। ତେଣୁ ଚୁମକି ସଫା କରିବାକୁ ତାଙ୍କୁ ଏକ ସୁନା ଚେନ୍‌ ଦେଇଥିଲେ। ସେମାନେ ସଫା କରିବା ପରେ ପୁଣି ଏକ ମୁଦି ଦେଇଥିଲେ। ସେମାନେ ସବୁ ସଫା କରି ସାରିବା ପରେ ପୀତାମ୍ବରୀ ପାଉଡର ଥିବା ପଲିଥିନ ଭିତରେ ମୋଡ଼ିମାଡ଼ି ପୂରାଇ ଚୁମ୍‌କିଙ୍କୁ ଧରାଇ ଦେଇଥିଲେ। ୫ ମିନିଟ୍‌ ପରେ ଦେଖିବ କହି ଚାଲି ଯାଇଥିଲେ। କିଛି ସମୟ ପରେ ଚୁମ୍‌କି ସେହି ପଲିଥିନ ଖୋଲିବା ପରେ ସେଥିରେ କିଛି ଚାଉଳ ମିଳିଥିଲା। ଯୁବକଦ୍ବୟ ଉଭୟ ମୁଦି ଓ ଚେନ୍‌ ନେଇ ଫେରାର୍‌ ହୋଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe