ଟ୍ରେନରୁ ସୁନା ଜବତ ଘଟଣା : ଦୁବାଇ ଲିଙ୍କ୍ ସନ୍ଦେହ, ଚୋରା ସୁନାରେ କିଣା ଯାଇଥାନ୍ତା ଅସ୍ତ୍ରଶସ୍ତ୍ର

ଭୁବନେଶ୍ବର : ଚୋରା ସୁନାର ଦୁବାଇ ଲିଙ୍କ। ଜ୍ଞାନେଶ୍ୱରୀ ସୁପର ଡିଲକ୍ସ ଏକ୍ସପ୍ରେସ ଟ୍ରେନରୁ ୧୩ କେଜି ସୁନା ଧରାପଡିବା ପରେ ଏ ନେଇ ଖୋଳତାଡ ଆରମ୍ଭ ହୋଇଛି। ଏହି ସୁନା ଚୋରାଚଲାଣର ଦୁବାଇ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି। ଆଉ ଏହା ପଛରେ ମୁମ୍ବାଇ ଅଣ୍ଡରୱାଲର୍ଡ ଡନ ଦାଉଦ ଇବ୍ରାହିମ ଓ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ଥାଇପାରେ ବୋଲି ଅନୁମାନ କରାଯାଉଛି। ଆଉ ଏହି ଚୋରାଚାଲାଣର ରୁଟ ହେଉଛି ପଶ୍ଚିମବଙ୍ଗରୁ ମୁମ୍ବାଇ। ଦାଉଦ ଇବ୍ରାହିମ ବର୍ତ୍ତମାନ ପାକିସ୍ତାନରେ ରହୁଛି। ବିଶେଷଜ୍ଞଙ୍କ ଅନୁସାରେ, ଅସ୍ତ୍ର ଓ ନିଶାଦ୍ରବ୍ୟ କାରବାର ପାଇଁ ସୁନାର ଚୋରାଚାଲାଣ କରୁଥାଇପାରେ। ଆଉ ଚୋରାଚାଲଣର ରୁଟ୍ ହେଉଛି ଦୁବାଇରୁ ଚୀନ, ଚୀନରୁ ମିଆଁମାର ଓ ମିଆଁମାରରୁ ପଶ୍ଚିମବଙ୍ଗ ଦେଇ ମୁମ୍ବାଇ। ଏହା ହେଉଛି ସେମାନଙ୍କ ପୁରୁଣା ଚୋରାଚାଲାଣ ରୁଟ୍ । ଗତକାଲି ୧୨କେଜି ୯୩୨ଗ୍ରାମର ସୁନା ଜବତ କରାଯାଇଥିଲା। ସୁନା ଗୁଡିକ ବିସ୍କୁଟ ଆକାରରେ ଚାଲାଣ କରାଯାଉଥିଲ। ହାୱଡାରୁ ମୁମ୍ବାଇ ଯାଉଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଅଧିକାରୀ ମାନେ ୧୧୦ଖଣ୍ଡ ସୁନା ଖଣ୍ଡ ଜବତ କରିଥିଲେ। ଏହାର ଅନୁମାନିକ ମୂଲ୍ୟ ୫କୋଟି ଟଙ୍କା ହେବ। ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ତନାଘନା କରାଯାଉଛି। ଅଟକ ଯୁବକମାନେ ମୁମ୍ବାଇର ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର