ଭୁବନେଶ୍ଵର: ରାଜ୍ୟରେ କେତୋଟି ସୁନା ଦୋକାନ ଅଛି ଆଜି ସେ ନେଇ ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ | ରାଜ୍ୟରେ ସମୁଦାୟ ୪୮୫୩ଟି ସୁନା ଦୋକାନ ଅଛି। ୨୦୧୮-୧୯ରେ ୩୭୬ଟି ସୁନା ଦୋକାନରେ ଚଢ଼ାଉ ହୋଇଥିଲା। ସେହିପରି ୧୯-୨୦ରେ ୪୦୦ଟି ସୁନା ଦୋକାନରେ ଚଢ଼ାଉ ହୋଇଥିଲା।
ସେମାନଙ୍କଠାରୁ ୧୨ଲକ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଥିଲା। ୨୦୨୦-୨୧ରେ ୧୯୬ଟି ଦୋକାନରେ ଚଢ଼ାଉ ହୋଇଥିଲା। ସେମାନଙ୍କ ଠାରୁ ୪ ଲକ୍ଷ ୪୫ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ ହୋଇଥିଲା।
ଏହା ଛଡ଼ା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି ଓଜନ ମାପ ରେ ଯେଉଁମାନେ ଠକୁଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ପ୍ରଶ୍ନକାଳରେ ଖାଦ୍ୟଯୋଗଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସୂଚନା ଦେଇଛନ୍ତି |