ବ୍ୟାସନଗର: ଯାଜପୁର ଜିଲ୍ଲା ବ୍ୟାସନଗର ଦଳାଛକ ନିକଟରେ ଥିବା ସେନ୍କୋ ଗୋଲ୍ଡରୁ ଡକାୟତି ଘଟଣାରେ ୩ଜଣ ସନ୍ଦିଗ୍ଧଙ୍କ ଫଟୋ ଜାରି କରିଛି ପୁଲିସ। ସୂଚନା ଅନୁସାରେ, ଘଟଣା ସମୟରେ ଅଭିଯୁକ୍ତମାନେ ଗହଣା ଦୋକାନରେ ଲାଗିଥିବା ସିସି କ୍ୟାମେରା ଓ ଏହାର ହାର୍ଡଡିସ୍କ ଭାଙ୍ଗି ଦେଇଥିଲେ। ହେଲେ, ରକ୍ଷାଯାଇଥିବା ଅନ୍ୟଏକ ହାର୍ଡଡିସ୍କରୁ ଅଭିଯୁକ୍ତମାନଙ୍କ ଫଟୋ ମିଳିଥିଲା। ପୁଲିସ ସେମାନଙ୍କ ଫଟୋ ଜାରି କରିଥିବା ବେଳେ ଅଭିଯୁକ୍ତମାନଙ୍କ ସମ୍ପର୍କରେ ସୂଚନା ଦେଲେ ଏହାକୁ ଗୋପନ ରଖିବା ସହ ସୂଚନାକାରୀଙ୍କୁ ପୁରସ୍କୃତ କରାଯିବ ବୋଲି କୁହାଯାଇଛି। ତେବେ, କିଛିଦିନ ତଳେ ଏକ ସୁନା ଅଳଙ୍କାର ଚୋରି ଘଟଣାରେ ଜଡ଼ିତ ଥିବା ଜଣେ ଅଭିଯୁକ୍ତ ଏହି ଘଟଣାରେ ସମ୍ପୃକ୍ତ ଥିବା ଜାରି ଫଟୋରୁ ପୁଲିସ ସନ୍ଦେହ କରୁଛି।
ସି.ସି. କ୍ୟାମେରା ଫଟୋରେ ଦେଖା ଯାଉଥିବା ଜଣେ ଯୁବକ ପୂର୍ବରୁ ବାରମ୍ବାର ଏହି ଗହଣା ଦୋକାନକୁ ଆସିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଯାଜପୁର ଏସ୍ପି ଭିନୀତ ଅଗ୍ରୱାଲ୍ଙ୍କ ନିର୍ଦେଶରେ ୮ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ଉଲ୍ଲେଖଯୋଗ୍ୟ ଯେ ଗତକାଲି ୭ ଜଣ ଡକାୟତ ପ୍ରାୟ ୧୫ କୋଟି ଟଙ୍କାର ସୁନା, ରୁପା, ହୀରା ଓ ପ୍ଲାଟିନମ୍ ଅଳଙ୍କାର ଲୁଟି ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/65f4h6sf54fsh654fhs65.jpg)