କଟକ: ସିଲ ହେଲା କଟକର ଲାଲଚାନ୍ଦ ଜୁଏଲରୀ । କୋଭିଡ ନିୟମ ଭାଙ୍ଗି ଥିବାରୁ ସିଏମସି ଓ ପୁଲିସର ମିଳିତ ଉଦ୍ୟମରେ ସୁନା ଦୋକାନ ହୋଇଛି ସିଲ । ଡେପୁଟି କମିଶନର ସଞ୍ଜିବିତା ରାଏ ଓ ମଙ୍ଗଳାବାଗ ପୁଲିସ ନିର୍ଦ୍ଦେଶରେ କୋଭିଡ ନିୟମ ଉଲଂଘନ ନେଇ ଲାଲଚାନ୍ଦକୁ ସିଲ କରାଯାଇଛି । ଏହାସହ ଖିମଜି ଜୁଏଲରୀକୁ ୫୦ ହଜାର ଟଙ୍କା ଜରିମାନା ଓ ଅନ୍ୟାନ୍ୟ ସୁନା ଦୋକାନକୁ ୨୬,୦୦୦ ଟଙ୍କା ଲେଖାଏଁ ଜରିମାନା କରିଛି ସିଏମସି।
ଦୀପାବଳି ଓ ଧନତେରସ ରହିଥିବାରୁ ଲୋକ ଗହଳି ହୋଇଥିବାର ଜାଣି ପ୍ରତ୍ୟେକଟି ଦୋକାନରେ ପଇଁତରା ମାରୁଛି ପୁଲିସ ଓ ସିଏମସି । ଆଉ ଲାଲଚାନ୍ଦକୁ ସିଲ କରିବା ସହ ଅନେକ ଦୋକାନରୁ ଜରିମାନା ଆଦାୟ ହୋଇଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/cuttack-f.jpg)