ବ୍ରହ୍ମପୁର: ବଡ଼ ବଜାରରେ ଥିବା ବିନୋଦ ଜୁଏଲର୍ସ ଦୋକାନରୁ ଚୋରି ହୋଇଛି। ଚୋରମାନେ ଦୋକାନର ଷ୍ଟୋର୍ ରୁମ୍ରେ ଥିବା ଆଇରନ୍ ଚେଷ୍ଟ ଭାଙ୍ଗି ପ୍ରାୟ ୨.୫ କେଜିରୁ ଅଧିକ ଓଜନର ସୁନା ଗହଣା ଚୋରି କରିଥିବା ଦୋକାନ ମାଲିକ ଜେ. ରବି କୁମାର ଅଭିଯୋଗ କରିଛନ୍ତି। ବଡ଼ବଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରାଯାଇଛି। ଏ ନେଇ କେସ୍ ନମ୍ବର ୨୨୨/୨୦ରେ ଏକ ମାମଲା ରୁଜୁ ହୋଇଥିବା ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2020/10/e99f9091-03cc-4398-8df5-d9264b9b0d4c-1024x577.jpg)
ପ୍ରତିଦିନ ଭଳି ଗତକାଲି ରାତି ଦୋକାନ ମାଲିକ ରବି ଓ ଅନ୍ୟ କର୍ମଚାରୀ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଆଜି ସକାଳେ ଦୋକାନ ମାଲିକ ଦୋକାନକୁ ଆସିଥିଲେ। ସମ୍ମୁଖ ପଟେ ଜ୍ବେଲେରି ଦୋକାନ ରହିଥିବା ବେଳେ ପଛପଟେ ତାଙ୍କର ଷ୍ଟୋର୍ ରୁମ୍ ରହିଛି। ସେଠାରେ ଏକ ଆଇରନ୍ ଚେଷ୍ଟରେ ସମସ୍ତ ସୁନା ଅଳଙ୍କାର ରହିଥାଏ। କିନ୍ତୁ ତାହା ଭଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା। ଦୋକାନରୁ ଚୋରି ହୋଇଥିବା ସନ୍ଦେହ କରି ମାଲିକ ରବି ତୁରନ୍ତ ପୁଲିସ ଖବର କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଯାଞ୍ଚ ପରେ ପ୍ରଥମ ମହଲାର ଏକ କବାଟ ଭଙ୍ଗା ଯାଇଥିବା ବେଳେ ସିଡ଼ି ଘର ଆଜବେଷ୍ଟସ୍ ଭଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା। ଚୋରିମାନେ ସେହି ରାସ୍ତା ଦେଇ ପ୍ରଥମ ମହଲା ହୋଇ ତଳ ମହଲାକୁ ଆସି ଚୋରି କରିଥିବା ପୁଲିସ ଅନୁମାନ କରୁଛି। ଆଇରନ୍ ଚେଷ୍ଟରେ ଥିବା ହାର, ଚେନ୍, ମୁଦି ସବୁ କିଛି ଚୋରି ହୋଇ ଯାଇଥିବା ଦୋକାନ ମାଲିକ ଅଭିଯୋଗ କରିଛନ୍ତି। ପୁଲିସ ଦୋକାନର ସିସିଟିଭି କ୍ୟାମେରା ଫୁଟେଜ୍ ସଂଗ୍ରହ କରି ତଦନ୍ତ ଜାରି ରଖିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/b590ba71-ee95-4c81-a250-861ea00fd5be.jpg)