ଭୁବନେଶ୍ୱର: ବିମାନବନ୍ଦରରୁ ଯାତ୍ରୀଙ୍କ ଠାରୁ ୩୫ ଲକ୍ଷ ଟଙ୍କାର ସୁନା ଜବତ

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ କୁଆଲାମପୁରରୁ ଭୁବନେଶ୍ୱର ଆସିଥିବା ଏୟାର ଏସିଆ ବିମାନର ଜଣେ ଯାତ୍ରୀଙ୍କ ଠାରୁ କଷ୍ଟମ୍‌ସ ଅଧିକାରୀମାନେ ପ୍ରାୟ ୩୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ବିସ୍କୁଟ୍‌ ଜବତ କରିଛନ୍ତି। ଗତ ୨୭ ତାରିଖ ରାତିରେ ମଧ୍ୟ କଷ୍ଟମ୍‌ସ ବିଭାଗ ୧୨ ଳକ୍ଷ ଟଙ୍କାର ସୁନା ଜବତ କରିଥିଲା।


କଷ୍ଟମ୍‌ସ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନଯାୟୀ, ଗତକାଲି ରାତିରେ ଏୟାର ଏସିଆର ଫ୍ଲାଇଟ୍‌ ଏକେ ୩୧ ବ୍ୟାଙ୍କକ୍‌ରୁ କୁଆଲାମପୁର ଦେଇ ଭୁବନେଶ୍ୱର ଆସିଥିଲା। ଏହି ବିମାନରେ ଆସିଥିବା ପଞ୍ଜାବର ଦୁଇଜଣ ଯାତ୍ରୀ ଚୋରା ସୁନା ଆଣିଥିବା କଷ୍ଟମ ବିଭାଗକୁ ସୂଚନା ମିଳିଥଲା। ସୂଚନା ଆଧାରରେ କଷ୍ଟମ୍‌ସ ବିଭାଗ ଏହି ଯାତ୍ରୀଙ୍କର ତଲାସୀ ନେବାରୁ ବ୍ଲାକ୍‌ଟେପ୍‌ ଗୁଡ଼ାଯାଇଥିବା ୧୫ଟି ସୁନା ବିସ୍କୁଟ ସେମାନଙ୍କ ପାଖରେ ଥିବା ଜଣାପଡ଼ିଥିଲା ଓ ଏହି ସମସ୍ତ ସୁନାକୁ କଷ୍ଟମ୍‌ସ ବିଭାଗ ଜବତ କରିଥିଲା। ଜବତ ସୁନାର ଓଜନ ୧କେଜି ୧୪୩ ଗ୍ରାମ ଓ ଯାହାର ଆନୁମାନିକ ମୂଲ୍ୟ ୩୪ ଲକ୍ଷ ୯୦ ହଜାର ୮୧୬ ଟଙ୍କା ବୋଲି କଷ୍ଟମ୍‌ସ ବିଭାଗରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର