ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଜବତ ହୋଇଛି ଚୋରା ସୁନା। ପ୍ରାୟ ୧୨ ଲକ୍ଷ ଟଙ୍କା ମୂଲ୍ୟର ୪ଶହ ଗ୍ରାମର ସୁନା ବିସ୍କୁଟ ଆଜି ସକାଳେ ବ୍ୟାଙ୍କକକ୍‌ରୁ ଆସିଥିବା ଇଣ୍ଡିଗୋ ବିମାନର ଦୁଇଜଣ ଯାତ୍ରୀଙ୍କ ଠାରୁ ଜବତ କରାଯାଇଛି।

Advertisment

ଗତ ୧ ସପ୍ତାହ ହେବ ଭୁବନେଶ୍ୱର ବିମାନବନ୍ଦରର କଷ୍ଟମ ବିଭାଗ ଚଳଚଞ୍ଚଳ ରହିଛି। ଗତ ୭ ଦିନ ମଧ୍ୟରେ ଭୁବନେଶ୍ୱର ବିମାନବନ୍ଦରରେ ନିୟୋଜିତ କଷ୍ଟମ୍ସ ଅଧିକାରୀମାନେ ୪ ଥର ଚୋରା ଚାଲାଣ ହେଉଥିବା ସୁନାକୁ ଜବତ କରିବାରେ ସଫଳ ହୋଇଛନ୍ତି। ଆଜି ସକାଳେ ୬ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିବା ଇଣ୍ଡିଗୋ ଏୟାର ଲାଇନ୍ସର ଦୁଇଜଣ ବିମାନ ଯାତ୍ରୀ ଚୋରା ସୁନା ଆଣିଥିବା କଷ୍ଟମ୍‌ସ ବିଭାଗକୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ କଷ୍ଟମ ବିଭାଗ ସମ୍ପୃକ୍ତ ଯାତ୍ରୀ ଦୁଇଜଣଙ୍କୁ ଯାଞ୍ଚ କରିବାରୁ ସେମାନଙ୍କ ଠାରୁ ୪ ଶହ ଗ୍ରାମର ଚୋରା ସୁନା ବିସ୍କୁଟ୍‌ ଥିବା ଜଣାପଡ଼ିଥିଲା। କଷ୍ଟମ୍ସ ବିଭାଗ ଉଭୟଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି।