ଭୁବନେଶ୍ୱର: କ୍ରାଇମ୍ବ୍ରାଞ୍ଚ ଇଓଡବ୍ଲୁ ବୁଧବାର ଜ୍ୟୋତିରଂଜନ ବେହୁରା ଓରଫ ଗୋଲଡେନ୍ ବାବା ନାମରେ ୪କୋଟି ଟଙ୍କାର ଠକେଇ ମାମଲା ରୁଜୁ କରିଛି। ଖଣି ବ୍ୟବସାୟୀଙ୍କୁ ଫାଇନାନ୍ସ କରାଇଦେବା ନାମରେ ଗୋଲଡେନ୍ ବାବା ଏହି ଠକେଇ କରିଥିବା ଅଭିଯୋଗ ହୋଇଛି।
/sambad/media/post_attachments/wp-content/uploads/2019/01/vlcsnap-2018-12-31-16h37m13s973-768x563-300x220.png)
ସୂଚନାଯୋଗ୍ୟ, ରାଜନୈତିକ ନେତାର ପରିଚୟ ଦେଇ ବଡ଼ ବଡ଼ ଅର୍ଥନୈତିକ କାରବାର ସହିତ ଗୋଲଡେନ୍ ବାବା ସଂପୃକ୍ତ ରହୁଥିଲା। ବାବା ନେତା ହେବାକୁ ଆଗ୍ରହ ପ୍ରକାଶ କରିଥିଲା ବୋଲି ଜଣାପଡ଼ିଥିଲା। ଏଥି ପାଇଁ ସେ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲା। ପୁଲିସ ଗତ ଡିସେମ୍ବର ୩୧ରେ ଗୋଲଡେନ୍ ବାବାକୁ ଚେକ୍ ବାଉନ୍ସ, ଠକେଇ ଓ ଜମି ଜାଲିଆତି ମାମଲାରେ ଗିରଫ କରିଥିଲା।
ଗୋଲଡେନ୍ ବାବା ନାମରେ ୧୯ଟି ଅଭିଯୋଗ ରହିଥିବା ଜଣାପଡ଼ିଛି। ସେଥିମଧ୍ୟରୁ ଚେକ୍ ବାଉନ୍ସ, ଠକେଇ ଓ ଜମି ହେରାଫେରି ଆଦି ମାମଲା ସାମିଲ ରହିଛି। ନିକଟରେ ଗୋଲଡେନ୍ ବାବାର ୭ଟି ବ୍ୟାଙ୍କ ଆକାଉଣ୍ଟକୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଫ୍ରିଜ୍ କରିଥିଲା। ଫ୍ରିଜ୍ ହୋଇଥିବା ୭ଟି ବ୍ୟାଙ୍କ ଆକାଉଣ୍ଟରେ ମୋଟ ୫୧ ଲକ୍ଷ ଟଙ୍କା ଥିବା କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/vlcsnap-2018-12-31-16h37m30s135-750x430.png)