ଛତିଆ,: ବଡ଼ଚଣା ବ୍ଲକ ସମିଆଁ ପଞ୍ଚାୟତର ଦେହୁରୀଗଡ଼ା ଗ୍ରାମର ଡାକ୍ତର ଶକୁନ୍ତଳା ବେହେରାଙ୍କ ବେକରୁ ସୁନାଚେନ୍ଟିକୁ ଜଣେ ଯୁବକ ଛିଡ଼ାଇ ନେଇ ଚମ୍ପଟ ମାରିଛି। ଏନେଇ ବୈରୀ ଥାନାରେ ଅଭିଯୋଗ ହୋଇଛି। ସଂପୃକ୍ତ ଯୁବକ ଏକ ଧଳା ପଲସର ବାଇକ୍ରେ ଆସି ମହିଳା ଡାକ୍ତରଙ୍କ ଫାଟକ ପାଖରେ ଛିଡ଼ାହୋଇ ଦାଦା ଅଛନ୍ତି କି ବୋଲି ଡାକଥିଲେ।
ଘର ଭିତରେ ଥିବା ଡାକ୍ତର ଶକୁନ୍ତଳା ବେହେରା ଗେଟ୍ ନିକଟକୁ ଆସି ନାହାନ୍ତି ବୋଲି କହିଥିଲେ। ଏହି ସମୟରେ ଯୁବକଜଣକ ପଳାଇଯିବାକୁ ବାହାରି ପୁଣି ନାଟକୀୟ ଭାବେ ଡାକ୍ତରଙ୍କ ବେକରୁ ସୁନାଚେନଟିକୁ ଛିଡ଼ାଇ ନେଇ ବାଇକ୍ରେ ଫେରାର ହୋଇଯାଇଥିଲା। ସଂପୃକ୍ତ ଯୁବକର ବୟସ ୨୫ରୁ ୨୬ ବର୍ଷ ​ହେବ ବୋଲି ଡାକ୍ତର ବେହେରା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/loot-2.jpg)