ବ୍ରହ୍ମପୁର : ଆଖି ଆମକୁ ଦୃଷ୍ଟିଶକ୍ତି ଦିଏ, ସାହିତ୍ୟ ଆମକୁ ସାରାବିଶ୍ବ ଦେଖିବାର ଦିବ୍ୟଶକ୍ତି ଦିଏ। ରାଜନୀତି ଯେତେବେଳେ ଭାଗଭାଗ କରୁଛି, ସାହିତ୍ୟ ସବୁବେଳେ ଏକାଠି କରୁଛି। ଆଜିର ରାଜନୀତି ଏଭଳି ସ୍ଥିତିରେ ପହଁଚିଲାଣି ଯେ, ଦେବତାମାନଙ୍କ ଜାତି ଖୋଜା ହେଲାଣି। ଏହାକୁ ପ୍ରତିହତ କରିବା ସାହିତ୍ୟିକଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ ବୋଲି ପ୍ରତିଷ୍ଠିତ ତେଲୁଗୁ ସାହିତ୍ୟ ଅନୁଷ୍ଠାନ ‘ବିକାଶମ୍’ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଅତିଥି ଭାବେ ଯୋଗଦେଇ ‘କଥା’ର ସମ୍ପାଦକ ତଥା ବିଶିଷ୍ଟ କଥାକାର ଡ. ଗୌରହରି ଦାସ ଏହା କହିଛନ୍ତି।
ବିଶିଷ୍ଟ ତେଲୁଗୁ ଲେଖକ କେ. ଶିବା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଆପ୍ପଲା ନାଇଡୁ, ଭି. ଭେଙ୍କଟେଶ୍ବରାଲୁ, କଥା ନବୀନ, ଅନୁବାଦକ ବଙ୍ଗାଳୀ ନନ୍ଦ ଉପସ୍ଥିତ ରହି ତେଲୁଗୁ ସାହିତ୍ୟ ଉପରେ ଆଲୋଚନା କରିବା ସହ ଓଡ଼ିଆ ଓ ତେଳୁଗୁ ସାହିତ୍ୟ ମଧ୍ୟରେ ରହିଥିବା ସାମଞ୍ଜସ୍ୟ ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ଶ୍ରୀ ଦାସଙ୍କ ରଚିତ ଓଡ଼ିଆ ଗଳ୍ପ ସଂକଳନର ତେଳୁଗୁ ଅନୁବାଦ ଅତିଥିଙ୍କ ଦ୍ବାରା ଉନ୍ମୋଚନ ହୋଇଥିଲା।
ବିକାଶମ୍ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ
/sambad/media/post_attachments/wp-content/uploads/2022/12/va.jpg)