ଦକ୍ଷିଣ ଜୟପୁର ଦୁର୍ଗା ପୂଜାକମିଟି ସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳନ

ଜୟପୁର: ସହରରେ ସଂପ୍ରତି ମା’ଦୁର୍ଗାଙ୍କ ସାର୍ବଜନନୀ ପୂଜା ଆରମ୍ଭ ହୋଇଛି। ସହରର ରାଜନଅର, ନୂଆବସଷ୍ଟାଣ୍ଡର ପୂଜା ଆରମ୍ଭ ହୋଇ ସାରିଛି। ସହରର ହେଉଥିବା କିଛି ପୂଜା ମଣ୍ଡପ ମଧ୍ୟରୁ ମାଦଳା ସାହି ଦକ୍ଷିଣ ଜୟପୁର ଦୁର୍ଗା ପୂଜାକମିଟି ପଚାଶତମ ବର୍ଷ ତଥା ସୁବର୍ଣ୍ଣ ଜୟନ୍ତୀ ଏହି ବର୍ଷ ପାଳନ କରିବାକୁ ଯାଉଛି। ଆଜି ଏହି ଅଂଚଳର ଶତାଧିକ ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଭକ୍ତମାନେ ପୂଜା ମଣ୍ଡପରୁ ଶୋଭାଯାତ୍ରାରେ ଜଗନ୍ନାଥସାଗର ନିକଟକୁ ଯାଇ ସେଠାରେ ପୂଜା ଅର୍ଚ୍ଚନା କରି ମାଁ ଦୁର୍ଗାଙ୍କୁ ବିଲ୍ବବରଣ କରି ଆହ୍ବାନ କରି ପୂଜା ମଣ୍ଡପକୁ ଶଙ୍ଖ, ହୁଳହୁଳି ,ମଙ୍ଗଳବାଦ୍ୟ ସହ ଆତସବାଜୀ ପୁଟାଇ ପାଛୋଟି ଆଣିଥିଲେ । ଏବଂ ପୂଜକଙ୍କ ଦ୍ୱାରା ରୀତି ନିତୀ ମୁତାବକ ପୂଜାର୍ଚ୍ଚନା କରାଯାଇ ମାଁ ଙ୍କ ମୃଣୟ ମୂର୍ତ୍ତିକୁ ସାର୍ବଜନନୀ ଭକ୍ତ ଙ୍କ ଦର୍ଶନ ଲାଗି ଅନାବରଣ କରାଯାଇଥିଲା lମଣ୍ଡପକୁ ରଂଗୀନ ଆଲୋକସଜ୍ଜା ସହ ସୁଉଚ୍ଚ ସୁନ୍ଦର ମେଢ଼ ନିର୍ମାଣ କରାଯାଇଛି। ୫୦ବର୍ଷ ତଳେ ପୂଜା ଆରମ୍ଭ କରିଥିବା ବହୁ ପୂଜା କମିଟିର କର୍ମକର୍ତ୍ତା ଓ ସଭ୍ୟଙ୍କ ପରିବାରବର୍ଗ ଆଜି ବି ଏହି ପୂଜା କମିଟିରେ ନିଜକୁ ସାମିଲ କରି ପୂର୍ବ ପରଂପରାକୁ ବଜାୟ ରଖିଛନ୍ତି।

 

ସମ୍ବନ୍ଧିତ ଖବର