କବାଟବନ୍ଧ: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ କବାଟବନ୍ଧ ସରକାରୀ ଉଚ୍ଚବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍ଯାପିତ ହୋଇଯାଇଛି। ଫକୀରମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ. କୁମରବର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷାର ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ। ପୌରୁଷର ସଂପାଦକ ଡ. ଅସିତ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ବାରା ଆୟୋଜିତ ସୁବର୍ଣ୍ଣ ଜୟନ୍ତୀ ବିଦ୍ୟାଳୟର ଗୌରବମୟ ଗାଥାକୁ ପ୍ରକାଶ କରିଥାଏ ବୋଲି କହିଥିଲେ। ବିଦ୍ୟାଳୟର ପୁରାତନ ଛାତ୍ର ତଥା ସୁବର୍ଣ୍ଣ ଜୟନ୍ତୀ ସମାରୋହର ସଭାପତି ରାମଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅଧ୍ୟାପକ ମଦନ ମୋହନ ପାତ୍ର ଅତିଥି ପରିଚୟ ପ୍ରଦାନ ଓ ଅଧ୍ୟାପକ ଅରବିନ୍ଦ ମହାନ୍ତି ବିଦ୍ୟାଳୟର ଇତିହାସ ଉପରେ ଆଲୋକପାତ କରିଥିଲେ।
ପୁରାତନ ଛାତ୍ର ବିକ୍ରମ ପାତ୍ର ଧନ୍ୟବାଦ ଦେଇଥିଲେ। ତ୍ରିଲୋଚନ ଜେନା ଓ ଜଗନ୍ନାଥ ପାତ୍ର ମଞ୍ଚ ସଂଯୋଜନା କରିଥିଲେ। ଅପରାହ୍ଣ ଅଧିବେଶନରେ ଧର୍ମଶାଳା ବିଡିଓ ଦେବେନ୍ଦ୍ର ବଳ ମୁଖ୍ୟଅତିଥି ତଥା ଜିଲ୍ଲା ପରିଷଦ ସଭ୍ୟ ସୁଧାଂଶୁ ଭୂଷଣ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ପୁରାତନ ଛାତ୍ର ବିଭାଶ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ଅବସରପ୍ରାପ୍ତ ତଥା ବର୍ତ୍ତମାନର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଧ୍ୟାରେ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ସଂଗୀତ ପରିବେଷଣ କରିଥିଲେ। ପୁରାତନ ଛାତ୍ର ସଂସଦ ପକ୍ଷରୁ ଘନଶ୍ୟାମ ପଲେଇ, ମହେନ୍ଦ୍ର ବେହେରା, ଧରଣୀଧର ସାହୁ, ବିଜୟ କୁମାର ସାହୁ, ବିଜୟ ନାୟକ, ଗତିକୃଷ୍ଣ ବାରିକ, ଦିଲୀପ କୁମାର ସାହୁ, ବିଭାସ ସାହୁ, ତାପସ ପାତ୍ର, ଲଳିତ ମହାନ୍ତି, ଗୋପାଳ ବେହେରା, ବନମାଳୀ ପଲେଇ, ବିଦ୍ୟାଧର କୁଣ୍ତୁ, ଅନସୂୟା ପାତ୍ର, ନୃସିଂହ ଧଳ, ରବୀନ୍ଦ୍ର ସେନାପତିଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/ae59ccf4-6581-485b-abd1-590dd6a22048.jpeg)