ଡାକ୍ତର ପ୍ରେମାନନ୍ଦଙ୍କୁ ଗୋଲଡେନ୍‌ ଏମ୍‌ସ୍‌ ସମ୍ମାନ

ଭୁବନେଶ୍ୱର : ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ପେଟ ରୋଗ ଏବଂ ଲାପରୋସ୍କୋପି ସର୍ଜନ ଡାକ୍ତର ପ୍ରେମାନନ୍ଦ ପଟ୍ଟନାୟକଙ୍କୁ ଅର୍ନ୍ତଜାତୀୟ ସଂସ୍ଥା ‘ବିଜନେସ୍‌ ସଲ୍ୟୁସନ୍‌’ ପକ୍ଷରୁ ଗୋଲଡେନ୍‌ ଏମ୍‌ସ୍‌ ଆୱାର୍ଡରେ ସମ୍ମାନିତ କରାଯାଇଛି। ଅନ୍‌ଲାଇନ୍‌ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆଜି ଡାକ୍ତର ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ (ଆଇଏମ୍‌ଏ)ର ସଭାପତି ଜୟନ୍ତ ଲେଲେ, ପୂର୍ବତନ ସଭାପତି ଡା. ଅରୁଲରାଜ ଓ ଥାଇରୋକେୟାର୍‌ର ପ୍ରତିଷ୍ଠାତା ବେଳୁମଣି ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଡାକ୍ତର ପଟ୍ଟନାୟକଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଅଧୀନ ନିରାକାରପୁର ଥାନା କଣ୍ଠପୁର ଗ୍ରାମରେ। ନୂଆଦିଲ୍ଳୀ ଏମ୍ସ, ପିଜିଆଇ, ଚଣ୍ଡିଗଡ଼, ‌ମାଡ୍ରାସ ମେଡିକାଲ କଲେଜ ଭଳି ପ୍ରତିଷ୍ଠିତ ଅନୁଷ୍ଠାନରେ କାର୍ଯ୍ୟ କରିଥିବା ଡାକ୍ତର ପଟ୍ଟନାୟକ ବର୍ତ୍ତମାନ ହାଇଟେକ୍‌ ମେଡିକାଲ କଲେଜରେ ଗ୍ୟାଷ୍ଟ୍ରୋସାଇନ୍ସ ବିଭାଗର ନିର୍ଦ୍ଦେଶକ ଓ ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧିତ ଖବର