ଗୋଲ୍‌ଡେନ୍‌ ପିକକ୍‌ ପୁରସ୍କାର ପାଇଁ ଆବେଦନ ଆହ୍ଵାନ

ଭୁବନେଶ୍ୱର : ଶ୍ରେଷ୍ଠ ଗୁଣବତ୍ତା, ପ୍ରଶିକ୍ଷଣ, ବ୍ୟବସାୟ, ଉନ୍ନତମାନର ଉତ୍ପାଦ, ସେବା ପ୍ରଦାନ କରୁଥିବା ରାଜ୍ୟର ବିଭିନ୍ନ ସରକାରୀ, ଘରୋଇ, କର୍ପୋରେଟ୍‌, ଶିଳ୍ପାନୁଷ୍ଠାନ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂସ୍ଥାମାନେ ଗୋଲ୍‌ଡେନ୍‌ ପିକକ୍‌ ପୁରସ୍କାର ନିମନ୍ତେ ଆବେଦନ କରିପାରିବେ। ଏ ନେଇ ଆବେଦନ କରିବାର ଶେଷ ତାରିଖ ଆସନ୍ତା ୨୦ ତାରିଖ।

ଆଜି ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏହି ପୁରସ୍କାର ଆବେଦନ ଆହ୍ଵାନ କରାଯାଇଛି। ଏ ସଂକ୍ରାନ୍ତରେ ସମସ୍ତ ବିଭାଗ, ସମସ୍ତ ଜିଲ୍ଲାପାଳଙ୍କୁ ବି ଅବଗତ କରାଯାଇଛି। ପୂର୍ବରୁ ନୂଆଦିଲ୍ଲୀର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡାଇରେକ୍ଟର୍ସ (ଆଇଓଡି) ପକ୍ଷରୁ ଗୋଲ୍‌ଡେନ୍‌ ପିକକ୍‌ ଆଓ୍ଵାର୍ଡସ ନିମନ୍ତେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ନିକଟକୁ ବିସ୍ତତ ବିବରଣୀ ସମ୍ବଳିତ ଚିଠି ଆସିଥିଲା। ଆଇଓଡି ତରଫରୁ ଏପ୍ରିଲ୍‌ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ବାର୍ଷିକ ବିଶ୍ୱ କଂଗ୍ରେସ ଦୁବାଇରେ ଆୟୋଜନ କରାଯାଉଛି। ଏହି ଅବସରରେ ଗୋଲ୍‌ଡେନ୍‌ ପିକକ୍‌ ନ୍ୟାସନାଲ୍‌ କ୍ୱାଲିଟି, ନ୍ୟାସନାଲ୍‌ ଟ୍ରେନିଂ, ବିଜ୍‌ନେସ୍‌ ଏକ୍ସଲେନ୍ସ ଓ ଇନୋଭେଟିଭ୍‌ ପ୍ରଡକ୍ଟ/ସର୍ଭିସ ଆଓ୍ଵାର୍ଡ ପ୍ରଦାନ କରାଯିବ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଆଇଓଡି ମହା ନିର୍ଦେଶକ ଡ. ଭି.କେ. ଅଗ୍ନିହୋତ୍ରି ମୁଖ୍ୟ ସଚିବଙ୍କୁ ଅନୁରୋଧ କରିଛନ୍ତି। ଏ ନେଇ ସମସ୍ତ ବିବରଣୀ ପାଇଁ େଓ୍ଵବ୍‌ସାଇଟ୍‌ www.goldenpeacockaward.comରେ ଯୋଗାଯୋଗ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର