ଧୂଷୁରୀ ସଂ‌ଗରୋଧ କେନ୍ଦ୍ରରେ ସୁରତ ଫେରନ୍ତାଙ୍କ ଭଲ କାମ

ଭଦ୍ରକ: ଭଦ୍ରକ ଜିଲ୍ଲାର ତିହିଡି ବ୍ଲକରେ ଏକ ସଂଗରୋଧ କେନ୍ଦ୍ରରେ ରହିଥିବା କୋଲକାତା ଫେରନ୍ତାଙ୍କ ନାଚ-ଗୀତର ଭିଡିଓ ଭାଇରାଲ ହେବା ଦୃଶ୍ୟ ସାରା ରାଜ୍ୟରେ ବେଶ୍ ଚର୍ଚ୍ଚାକୁ ଆସିଥିଲା। ସଂଗରୋଧ କେନ୍ଦ୍ରର ନିୟମକୁ କିଭଳି ନାଚଗୀତ କରି ଭଙ୍ଗ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥାନୀୟ ସରପଞ୍ଚ ସେମାନଙ୍କ ନାମରେ ଥାନାରେ ଏତଲା ଦେବା ପରେ ସେମାନଙ୍କ ନାମରେ ମାମଲା ରୁଜୁ ହେବା ସହ ଅନ୍ୟ ଜିଲ୍ଲାର ସଂଗରୋଧ କେନ୍ଦ୍ରକୁ ସେମାନଙ୍କୁ ପଠାଇ ଦିଆଗଲା। ଭଦ୍ରକର ଏଇ ଘଟଣା ପରେ ସାରା ରାଜ୍ୟରେ ସରକାର କୋଭିଡ୍ ନିୟମକୁ ଯେଉଁମାନେ ସଂଗରୋଧ କେନ୍ଦ୍ରରେ ଭଙ୍ଗ କରିବେ, ସେମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହେଲା।

ତିହିଡି ସଂଗରୋଧ କେନ୍ଦ୍ର ଜିଲ୍ଲାର ମର୍ଯ୍ୟଦା ନଷ୍ଟ କରିଥିବା ବେଳେ ଧାମନଗର ବ୍ଲକର ଧୂଷୁରୀ ସ୍କୁଲରେ ହୋଇଥିବା ସଂଗରୋଧ କେନ୍ଦ୍ରର ମର୍ଯ୍ୟାଦା ଏବେ ସାରା ରାଜ୍ୟ ଦେଖୁଛି। ଏଠାରେ ୩୨ ଜଣ ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆ ରହିଛନ୍ତି। ଏମାନେ ପ୍ରତିଦିନ ସଂଗରୋଧ ନିୟମ କାନୁନ୍ ମାନି ଚଳୁଥିବା ବେଳେ ସକାଳ ଓ ସଂଧ୍ୟାରେ ଯୋଗ ଓ ବ୍ୟାୟାମ କରୁଛନ୍ତି।

ସେହିପରି ଏମାନେ ଏଇ ସ୍କୁଲର ବଗିଚା କାମ କରିବା ସହ ସଫେଇ କାର୍ଯ୍ୟ ମଧ୍ୟ ସ୍ବଇଚ୍ଛାରେ କରିବା ସହ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସରକାରଙ୍କର ପ୍ରତିଟି ନିୟମକୁ ମାନୁଥିବା ବେଳେ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ସବୁକ୍ଷେତ୍ରରେ ସହଯୋଗ କରିଛନ୍ତି। ଧାମନଗର ବ୍ଲକର ଅଧ୍ୟକ୍ଷ ଅଶୋକ ନାୟକ ଏଇ ଅଞ୍ଚଳରେ ବୁଲି ବୁଲି ସଂଗରୋଧ କେନ୍ଦ୍ରରେ ରହିଥିବା ପ୍ରବାସୀ ଲୋକଙ୍କର ଭଲମନ୍ଦ ବୁଝୁଛନ୍ତି। ସେମାନଙ୍କର ରହିବା ଓ ଖାଇବାରେ ଯେଭଳି କିଛି ତ୍ରୁଟି ନହୁଏ। ସେ ଦିଗରେ ତତ୍କାଳ ପଦକ୍ଷେପ ନେଉଛନ୍ତି। ବ୍ଲକ ଅଧ୍ୟକ୍ଷ ଶ୍ରୀ ନାୟକ କରୋନା ସମୟରେ ଏଭଳି ସେବା ଯୋଗାଉ ଥିବା ବେଳେ ତାଙ୍କୁ ଏ ଅଞ୍ଚଳର କରୋନା ଯୋଦ୍ଧା ବୋଲି ଲୋକେଳ କହୁଛନ୍ତି। ଅଶୋକଙ୍କ ଏଭଳି କାମକୁ ସବୁ ବର୍ଗରୁ ସ୍ବାଗତ କରାଯାଇଛି।

ସମ୍ବନ୍ଧିତ ଖବର