ବରଗଡ଼: ଦୁର୍ଘଟଣାରେ ଛଟପଟ ଆହତଙ୍କୁ ନିଜ ଗାଡ଼ିରେ ପଠାଇଲେ। ନିଜେ ଅନ୍ୟ ଗାଡ଼ିରେ ଲିପ୍ଟ ମାଗି ଦପ୍ତର ଫେରିଲେ। ଏଭଳି ଏକ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛନ୍ତି ବରଗଡ଼ ଏସ୍ପି ମୁକେଶ ଭାମୁ। ଏସ୍ପି ଶ୍ରୀ ଭାମୁଙ୍କ ଏହି ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି। ଆଜି ପଥର୍ଲା ନିକଟସ୍ଥ ଜାତୀୟ ରାଜପଥ ଉପରେ ଅଜଣା ଗାଡ଼ି ଧକ୍କାରେ ଦୁଇଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିଲେ। ସେମାନେ ହେଲେ ଅତାବିରା ଥାନା ଅନ୍ତର୍ଗତ ରେଂଗାଲିକ୍ୟାମ୍ପର ଗଣେଶ ଭାଟି ଏବଂ ହେମନ୍ତ ଭୁଏ। ଦୁହେଁ ଜାରିଂ ବଜାରରୁ ଘରକୁ ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଲୋକେ ରୁଣ୍ଡ ହୋଇ ସବୁ ଦେଖୁଥିଲେ ହେଁ ରକ୍ତ ଜୁଡ଼ୁବୁଡ଼ୁ ଦୁଇ ଆହତଙ୍କୁ ଡାକ୍ତରଖାନା ନେବାକୁ କିଛି ବ୍ୟବସ୍ଥା କରିନଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୩ଟାବେଳେ ଏସପି ଶ୍ରୀ ଭାମୁ ଅଏଁଲାପାଲି ଫାୟାରିଂ ରେଂଜରୁ ନିଜ ଗାଡ଼ିରେ ଫେରୁଥିଲେ। ଜନଗହଳି ଦେଖି ସେ ସେଠାରେ ଓହ୍ଲାଇ ପଡ଼ିଥିଲେ। ନିଜ ସରକାରୀ ଗାଡ଼ିରେ ଆହତଙ୍କୁ ଡାକ୍ତରଖାନା ପଠାଇଥିଲେ। ପରେ ଅନ୍ୟ ଏକ ଗାଡ଼ିରେ ଲିଫ୍ଟ ମାଗି ସେ ନିଜ ଦପ୍ତରକୁ ଆସିଥିଲେ।
ଭଲ ଖବର, ଲିଫ୍ଟ ମାଗି ଦପ୍ତର ଗଲେ ଏସ୍ପି
ଆହତଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ପଠାଇଲେ
/sambad/media/post_attachments/wp-content/uploads/2018/12/Untitled-23-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)