କଟକ: କଟକ ଜିଲ୍ଲା ଅନ୍ତର୍ଗତ କଳପଡ଼ ପଞ୍ଚାୟତରେ ଆରମ୍ଭ ହୋଇଛି ‘ଆମ ପଞ୍ଚାୟତ, ଆମ ସାହସ’ କାର୍ଯ୍ୟକ୍ରମ। ଆର୍ଥିକ କ୍ଷେତ୍ରରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଯେଉଁଥିରେ, ମହିଳାମାନେ ମେସିନ୍ ସାହାଯ୍ୟରେ ‘ପେପର ଥାଳି’ ତିଆରି କରୁଛନ୍ତି।
ସ୍ଥାନୀୟ ସରପଞ୍ଚ ରଶ୍ମିରଞ୍ଜନ ପ୍ରଧାନଙ୍କ ଉଦ୍ୟମରେ ‘ଆମ ପଞ୍ଚାୟତ -ଆମ ସାହସ’ ଯୋଜନା କାଯ୍ୟର୍କାରୀ କରାଯାଉଛି। ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ପଞ୍ଚାୟତ ପରିସରରେ ଆରମ୍ଭ କରାଯାଇଛି ‘ପେପର ଥାଳି। ୨ ଲକ୍ଷ ୬୪ ହଜାର ଟଙ୍କା ବ୍ୟୟରେ ୪ର୍ଥ ଅର୍ଥ କମିସନ ଟଙ୍କାରେ ଏହି ଯୋଜନା ଆରମ୍ଭ କରାଯାଇଛି। ୨ଟି ମେସିନ୍ କିଣାଯାଇଛି। ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ୮ ଜଣ ମହିଳାଙ୍କୁ ତାଲିମ୍ ଦିଆଯିବା ସହ ୧୫ ଦିନରେ ସେମାନେ ୧୦ ପ୍ରକାର ଡିଜାଇନ୍ର ୮ ହଜାର ‘ପେପର ଥାଳି’ ତିଆରି କରି ତାକୁ ବିକ୍ରି କରିଛନ୍ତି। ସରପଞ୍ଚ ରଶ୍ମିରଞ୍ଜନଙ୍କ କହିବା ଅନୁସାରେ, ସରକାର ତ ଅନେକ ଯୋଜନା କରୁଛନ୍ତି। ହେଲେ ମୋ ପଞ୍ଚାୟତକୁ ନିଆରା କରିବା ପାଇଁ ମୁଁ ନିଜ ପକ୍ଷରୁ ଏଭଳି ଯୋଜନା ଆରମ୍ଭ କରିଛି। ଯାହା ଫଳରେ କି ମୋ ପଞ୍ଚାୟତ ସବୁଠୁ ଭିନ୍ନ ହେବ ଓ କଟକ ଜିଲ୍ଲା ତଥା ରାଜ୍ୟ ପାଇଁ ଏକ ମଡେଲ ହେବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/sf7h4sf98h7sf98h7sf98h4fs564f65shsfhsfhfshsfhfsh.jpg)