କଟକ: ଓଡ଼ିଶାର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି। ସେ ପୂର୍ବାପେକ୍ଷା ଭଲ ଥିବାର ସୂଚନା ମିଳିଛି। ଗତକାଲି କିଛି ବିଜେପି ନେତା ମିହିର ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ଲାଗି ଯାଇଥିବାର ସୂଚନା ବି ରହିଛି। ସେମାନଙ୍କ ପ୍ରିୟ ଅଭିନେତା ଭଲ ଥିବା ଜାଣି ପ୍ରଶଂସକମାନେ ନିଶ୍ଚିତ ଖୁସି ହେଉଥିବେ।

Advertisment

ସୂଚନାଯୋଗ୍ୟ, ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସ ଅସୁସ୍ଥ ହୋଇଥିବାର ଖବର ଓଡ଼ିଶାବାସୀଙ୍କୁ ବ୍ୟଥିତ କରିଥିଲା। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ମିହିର ଦାସଙ୍କର କିଡନି ଜନିତ ସମସ୍ୟା ରହିଥିଲା। ବର୍ତ୍ତମାନ ସେ କଟକର ଅଶ୍ୱିନୀ ହସ୍ପିଟାଲରେ  ଚିକିତ୍ସିତ ହେଉଛନ୍ତି। ମିହିର ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ବିଶେଷଜ୍ଞ ଡାକ୍ତରଙ୍କର ଏକ ଟିମ୍ । ତାଙ୍କର ପ୍ରଶଂସକ ଓ ଶୁଭେଚ୍ଛୁମହ‌ଲରେ ମିହିରଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି।

publive-image

ଏଣେ  ବଞ୍ଚି ଥାଉ ଥାଉ ଗତ ବୁଧବାର ରାତିରେ ମିହିର ଦାସଙ୍କୁ ମୃତ ଘୋଷଣା କରିଦେଇଥିଲା ୱିକିପିଡିଆ। ମିହିର ଦାସଙ୍କର ୧୪ ତାରିଖରେ ଦେହାନ୍ତ ହୋଇଯାଇଛି ବୋଲି ଏଥିରେ ଦର୍ଶାଯାଇଥିଲା। ହେଲେ ଗୁରୁବାର ପୁଣି  ୱିକିପିଡିଆରେ ତ୍ରୁଟି ସଂଶୋଧନ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା।  ତାଙ୍କୁ ଭଲ ପାଉଥିବା ପ୍ରତିଟି ମଣିଷ ଏହାକୁ ନିନ୍ଦା କରିଛନ୍ତି।

ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ପୁଅ ମୋର ଭୋଳା ଶଙ୍କର’ର  ଶଙ୍କର ଭଳି ନାୟକ ଭୂମିକା ହେଉ କି, ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ଅଭିମନ୍ୟୁ’ର କାକା ପରି ଖଳନାୟକ ଭୂମିକା, ସବୁଥିରେ ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ମିହିର ଦାସ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ଏବଂ ପୁଣି ଅଭିନୟ ଜଗତରେ ସକ୍ରିୟ ହୁଅନ୍ତୁ  ସିନେପ୍ରେମୀଙ୍କ ଇଚ୍ଛା।