ଭୁବନେଶ୍ବର: ଓଡ଼ିଶାର ଆତ୍ମନିର୍ଭରଶୀଳ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଖୁସିର ଖବର। ଅକ୍ଟୋବର ୧୦ରୁ ୩୧ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଯାଉଛି ‘ସମ୍ବାଦ-ଓଡ଼ିଶା-୫୦’ କାର୍ଯ୍ୟକ୍ରମର ଦ୍ବିତୀୟ ସଂସ୍କରଣ। ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ମହିଳାମାନଙ୍କର ଅନ୍ଲାଇନ୍ ନାମ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ମହିଳାମାନଙ୍କ ପାଇଁ ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ (www.sambadodisha50.in)ରେ ନାମ ପଞ୍ଜୀକରଣର ସୁଯୋଗ ରହିଛି।
ନାମ ପଞ୍ଜୀକରଣ କରିଥିବା ମହିଳାମାନଙ୍କୁ ଭୁବନେଶ୍ବରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ‘ଆର୍ଥିକ ଓ ବଜାର କାରବାରରେ ଉନ୍ନତି ତଥା ସ୍ଥାନୀୟ ଅଂଚଳର ଜନଜୀବନରେ ସଂପୃକ୍ତି’ ସଂପର୍କରେ ବିଶେଷଜ୍ଞମାନେ ମହିଳାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଆତ୍ମନିର୍ଭରଶୀଳ ମହିଳାମାନଙ୍କର ସଂଘର୍ଷ ଓ ସଫଳତାର କାହାଣୀକୁ ‘ସମ୍ବାଦ’ ପୃଷ୍ଠାରେ ସ୍ଥାନ ଦିଆଯିବ। ‘ଓଡ଼ିଶା-୫୦’ର ପ୍ରଥମ ସଂସ୍କରଣରେ ଗତବର୍ଷ ଭାଗ ନେଇଥିବା ମହିଳା ଉଦ୍ୟୋଗୀମାନେ ମଧ୍ୟ ଏହି ଦ୍ବିତୀୟ ସଂସ୍କରଣ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ।
/sambad/media/post_attachments/wp-content/uploads/2022/09/47-13.jpg)
ଭାଗ ନେବାକୁ ଥିବା ମହିଳାମାନଙ୍କୁ ଯାତାୟାତ ତଥା ଆନୁଷଙ୍ଗିକ ଖର୍ଚ୍ଚ ପ୍ରଦାନ କରାଯିବ। ଭୁବନେଶ୍ବରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହିଳାମାନଙ୍କ ମଧ୍ୟରୁ ସଫଳ ଉଦ୍ୟୋଗୀମାନଙ୍କୁ ଚୟନ କରାଯିବ, ଯେଉଁମାନେ କି ନଭେମ୍ବର ୪ ତାରିଖରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ‘ଓଡ଼ିଶା-୫୦’ ପ୍ରଥମ ସଂସ୍କରଣର ଆଶାତୀତ ସଫଳତାକୁ ଦୃଷ୍ଟିରେ ରଖି ଏହାର ଦ୍ବିତୀୟ ସଂସ୍କରଣ ଆୟୋଜନ ହେବାକୁ ଯାଉଥିବା ବେଳେ ଏଥିରେ ବହୁ ସଂଖ୍ୟାରେ ସଫଳ ମହିଳା ଉଦ୍ୟୋଗୀ ବିଶେଷ କରି ଗ୍ରାମାଞ୍ଚଳର ମହିଳା ଉଦ୍ୟୋଗୀମାନେ ସାମିଲ ହୋଇ ଆଗକୁ ବଢ଼ିବାର ସୁଯୋଗ ନେବାକୁ ଅନୁରୋଧ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/46-12.jpg)