କେନ୍ଦୁଝର: କେନ୍ଦୁଝରଗଡ଼ ରେଳ ଷ୍ଟେସନରେ ଆଜି ପୁଣି ଏକ ମାଲ୍ବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଟ୍ରେନ୍ଟି ଚକ୍ରଧପୁର ଡିଭିଜନରୁ ଲୁହାପଥର ବୋଝେଇ କରି କର୍ଣ୍ଣାଟକ ଅଭିମୁଖେ ଯାଉଥିଲା। କେନ୍ଦୁଝରଗଡ଼ ରେଳ ଷ୍ଟେସନ ନିକଟରେ ପୂର୍ବାହ୍ନ ୧୧ଟା ୪୦ରେ ଟ୍ରେନ୍ର ୬ଟି ବଗି ଲାଇନ୍ଚ୍ୟୁତ ହୋଇଥିଲା। ଏଥିରେ କୌଣସି ଷୟକ୍ଷତି ହୋଇନଥିବାବେଳେ ରେଳ ବିଭାଗର ଉଚ୍ଚ ପଦାଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ବଗିଗୁଡ଼ିକ ଲାଇନଚ୍ୟୁତ୍ ହେଲା ତାହାର ଅନୁଧ୍ୟାନ କରାଯାଉଛି। ଲାଇନଚ୍ୟୁତ ହୋଇଥିବା ବଗିକୁ ପୁଣି ଟ୍ରାକ୍କୁ ଆଣିବା ପାଇଁ କାମ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଗତ ୨୮ ତାରିଖରେ ଏଠାରେ ଜୁରୁଡ଼ିରୁ ପାରାଦୀପ ଯାଉଥିବା ଏକ ମାଲ୍ବାହୀ ଟ୍ରେନ୍ର ୪ଟି ବଗି ଲାଇନଚ୍ୟୁତ ହୋଇଥିଲା।
ପୁଣି ଲାଇନଚ୍ୟୁତ ହେଲା ମାଲ୍ବାହୀ ଟ୍ରେନ୍
/sambad/media/post_attachments/wp-content/uploads/2021/01/0e3f5acb-1d05-4a10-a2ef-bb37b9a03897.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)