ଆଗାମୀ ୫ ବର୍ଷ ମଧ୍ୟରେ ଆହୁରି ଭଲ କାମ କରିବୁ: ନବୀନ ପଟ୍ଟନାୟକ

ଧାରା ୩୭୦ ଉଚ୍ଛେଦକୁ କଲେ ସମର୍ଥନ, କହିଲେ- କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ହେବ କ୍ୟାପିଟାଲ ହବ୍‌

ଭୁବନେଶ୍ୱର: ରାଜ୍ୟର ବିକାଶ ପାଇଁ କାମ କରୁଛି। ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ଆହୁରି ଭଲ କାମ ହେବ। ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ପକ୍ଷରୁ ଆୟୋଜିତ ‘ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲ’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଏହା କହିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ରାଜନୈତିକ ଉତ୍ତରାଧିକାରୀ କିଏ ହେବେ, ତାହାର ନିଷ୍ପତ୍ତି ଓଡ଼ିଶାବାସୀ ନେବେ। ମୋ ସରକାର ୫-ଟି ଉପରେ ଗୁୁରତ୍ୱ ଦେଉଛି।

ନବୀନ କହିଛନ୍ତି, ଫିଟ୍‌ ରହିବା ପାଇଁ ପ୍ରତିଦିନ ବ୍ୟାୟାମ କରୁଛି। ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାର କାମ କରୁଛି। କ୍ରୀଡ଼ାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା କ୍ୟାପିଟାଲ ହବ୍‌ରେ ପରିଣତ ହେବ। ଭବିଷ୍ୟତରେ ଓଡ଼ିଶାରୁ ଅନେକ ଖେଳାଳି ଅଲିମ୍ପିକ୍ସରେ ଖେଳିବେ। ନିଜ ପ୍ରତିକ୍ରିୟାରେ ନବୀନ କହିଛନ୍ତି, ମୁଁ ବିରାଟ କୋହଲିଙ୍କ ଫ୍ୟାନ୍‌।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନବୀନ ସମର୍ଥନ ଜଣାଇଛନ୍ତି। ସାମାଜିକ ବିକାଶ ପାଇଁ ସାହିତ୍ୟ ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି। ଓଡ଼ିଆ ସାହିତ୍ୟ ସଂପର୍କରେ ମଧ୍ୟ ନବୀନ ନିଜର ବକ୍ତବ୍ୟ ରଖିଛନ୍ତି। କାର୍ଯ୍ୟକ୍ରମରେ ନବୀନ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଓ୍ଵଲାଙ୍କ ସହ ସ୍ୱତନ୍ତ୍ର କଥାବାର୍ତ୍ତା କରିଛନ୍ତି। ସେ କହିଛନ୍ତି, ମୁଁ ସ୍ପଳ୍ପ ଆହର ସହିତ ଦିନକୁ ୨ ଥର ବ୍ୟାୟାମ କରୁଛି।

ସମ୍ବନ୍ଧିତ ଖବର