ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଟ୍ରେନର ଗୋଟିଏ କୋଚ୍ ସମ୍ପୂର୍ଣ୍ଣ ଭାବେ ଟ୍ରାକ ଉପରେ ପଡ଼ିରହିଛି। ଟ୍ରେନ୍ ଲାଇନଚ୍ୟୁତ ହେବାର କାରଣ ଅସ୍ପଷ୍ଟ ରହିଛି। ସୌଭାଗ୍ୟବଶତଃ ନିକଟରେ ଥିବା ପାସେଞ୍ଜର ଟ୍ରେନ୍ ଟ୍ରାକ୍ କିମ୍ବା ଯାତ୍ରୀଙ୍କର କୌଣସି କ୍ଷତି ହୋଇନାହିଁ। ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାମ ଜାରି ରହିଛି। ଦିନ ୯ଟାରୁ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ବେଳେ ଏବେ ବି କାମ ଜାରି ରହିଛି
ୱଲ୍ଟିୟରରୁ ଜିନ୍ଦଲ କାରଖାନାକୁ ଯାଉଥିବା କୋଇଲା ବୋଝେଇ ଟ୍ରେନ ଲାଇନଚ୍ୟୁତ ଭୁବନେଶ୍ବର ରେଲୱେ ଷ୍ଟେସନ ଉତ୍ତର କେବିନ୍ ନିକଟରେ ଲାଇନଚ୍ୟୁତ। ଫଳରେ ଡାଉନ ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ। ଆଉ ଘଣ୍ଟାଏ ଭିତରେ ସ୍ଵାଭାବିକ ହେବ ବୋଲି ପୂର୍ବତଟ ରେଳବାଇର ଡିଆରଏମ ଏସଏଚ ବାଜୁଆ କହିଛନ୍ତି। ଏଥିରେ କାହାର କିଛି କ୍ଷତି ହୋଇନଥିବା ସେ ସୂଚନା ଦେଇଛନ୍ତି।ତେବେ କେଉଁ କାରଣରୁ ଏ ଦୁର୍ଘଟଣା ଘଟିଲା ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି।