ଧାମରାରୁ ଖଡ଼ଗପୁର ଅଭିମୁଖେ ଯାଉଥିବାବେଳେ କୋଇଲା ବୋଝେଇ ଟ୍ରେନ ଲାଇନଚ୍ୟୁତ

ଭଦ୍ରକ : ଭଦ୍ରକ ଜିଲ୍ଲାର ସବବୃହତ ପ୍ରକଳ୍ପ ଧାମରା ବନ୍ଦର ନିକଟରେ ଏକ ଟ୍ରେନ ଲାଇନଚ୍ୟୁତ୍ ହୋଇ ଥିବାର ଖବର ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଧାମରା ବନ୍ଦରର ଅଦାନି କମ୍ପାନିରୁ ଗତକାଲି ବିଳମ୍ବିତ ରାତିରେ ଏକ କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଅଭିମୁଖେ ଯାଂଉଥିବା ବେଳେ ତିହିଡ଼ି ରୁରାଲଥାନା ଅନ୍ତର୍ଗତ ପାଳିଆ ବିଝାରପୁର ନିକଟରେ ଲାଇନ୍ ଚ୍ୟୁତ୍ ହୋଇଛି ।

WhatsApp Image 2019-09-30 at 8.02.10 AM.jpeg

ଏହି ଟ୍ରେନରେ ୬୨ ଗୋଟି ବଗି ଥିବ ବେଳେ ଏ ଟ୍ରେନ୍ର ୮ଗୋଟି କୋଇଲା ବୋଝେଇ ବଗି ଟ୍ରାକ ତଳକୁ ଖିସପଡ଼ିଥିବା ସୁଚନା ମିଳିଛି । ବିଝାରପୁର ଲେବୁଲ କ୍ରସିଂ ନିକଟର ଖୁଟଂ ୧୮/୫ ନମ୍ବର ୧୮/୧୦ ଟୁଟଂ ନିକଟରେ ଲାଇନଚ୍ୟୁଚ ହୋଇଛି । ଏହାଫଳରେ ଉକ୍ତ ୮ଟି ବଗିରେ ଥିବା ସବୁ କୋଇଲା ତଳେ ପଡ଼ିଯାଇଛି। ଏହା ଫଳରେ ସେଠାରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଥିବା ଜଣାଯାଇଛି।

WhatsApp Image 2019-09-30 at 8.47.18 AM.jpeg

ତେବେ ଅନ୍ୟ କୌଣସି କ୍ଷତି ଘଟିନଥିବା କୁହାଯାଉଛି। ତେବେ ଖବରପାଇ ଆଜି ସକାଳେ ଘଟଣାସ୍ଥଳରେ ରେଳବାଇ କର୍ମଚାରୀ ଏବଂ ଅଦାନି କମ୍ପାନିର କର୍ମଚାରୀମାନେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର