କୋରାପୁଟ: ଗତକାଲି ରାତି ୧୨ଟା ୪୫ ମିନିଟ ସମୟରେ କୋରାପୁଟ ଜିଲ୍ଲା ଡୁମୁରିପୁଟ- ଦାମନଯୋଡ଼ି ମଧ୍ୟରେ ଏକ ମାଲବାହୀ ଟ୍ରେନ୍ର ୬ଟି ବଗି ଲାଇନ୍ଚ୍ୟୁତ ହୋଇଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ବିଶାଖାପାଟଣାରୁ କ୍ରେନ ଅଣାଯାଇ ମରାମତି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ସେହିପରି ବଗି ଲାଇନ ଚ୍ୟୁତ ହୋଇଥିବାରୁ ଏହି ରାସ୍ତା ଦେଇ ଚଳାଚଳ କରୁଥିବା କେତେକ ଟ୍ରେନ୍ ବାତିଲ କରାଯାଇଥିବା ବେଳେ ଆଉ କେତେକକୁ ଆଂଶିକ ବାତିଲ କରାଯାଇଛି।
ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୧୮୦୦୬ ଜଗଦଲପୁର- ହାଓ୍ଵଡ଼ା ସମଲେଶ୍ୱରୀ ଏକ୍ସପ୍ରେସ,କୋରାପୁଟ- ବିଶାଖାପାଟଣା ପାସେଞ୍ଜର ଓ କିରାନ୍ଦୁଲ- ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍କୁ ବାତିଲ କରାଯାଇଛି। ବିଶାଖାପାଟଣା-କିରାନ୍ଦୁଲ ସ୍ୱତନ୍ତ୍ର ଟ୍ରେନ ରାୟଗଡ଼ା ପର୍ଯ୍ୟନ୍ତ ଚଳାଚଳ କରିବ।
ସେହିପରି ୬ ତାରିଖରେ ଛାଡ଼ିଥିବା ଭୁବନେଶ୍ୱର- ଜଗଦଲପୁର ହୀରାକୁଦ ଏକ୍ସପ୍ରେସ ମଧ୍ୟ ରାୟଗଡ଼ା ପର୍ଯ୍ୟନ୍ତ ଚଳାଚଳ କରିବ। ଜଗଦଲପୁର- ଭୁବନେଶ୍ୱର ହୀରାକୁଦ ଏକ୍ସପ୍ରେସ ଜଗଦଲପୁର ପରିବର୍ତ୍ତେ ରାୟଗଡ଼ାରୁ ଛାଡ଼ିବ।
ସେହିପରି ୭ ତାରିଖରେ ଛାଡ଼ିବାକୁ ଥିବା ୧୮୪୪୭/୧୮୪୪୮ ଭୁବନେଶ୍ୱର- ଜଗଦଲପୁର- ଭୁବନେଶ୍ୱର ହୀରାକୁଦ ଏକ୍ସପ୍ରେସକୁ ବାତିଲ କରାଯାଇଛି। ସେହିପରି ବିଶାଖାପାଟଣା- କୋରାପୁଟ- କିରାନ୍ଦୁଲ- ବିଶାଖାପାଟଣା ମଧ୍ୟରେ ଚଳାଚଳ କରୁଥିବା ୫୮୫୩୮/୫୮୫୩୭ ଟ୍ରେନ ଦୁଇଟି କେବଳ ବିଶାଖାପାଟଣା- ରାୟଗଡ଼ା ମଧ୍ୟରେ ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।
କୋରାପୁଟ: ମାଲଗାଡ଼ିର ୬ ବଗି ଲାଇନଚ୍ୟୁତ, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ
/sambad/media/post_attachments/wp-content/uploads/2017/12/train-derail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)