ବ୍ରଜରାଜନଗର : ସୋମବାର ପୂର୍ବାହ୍ନ ୧୦.୫୪ ମିନିଟ୍ ସମୟରେ ୧ ନମ୍ବର ଲୁପ ଲାଇନ୍ରୁ ୨ନମ୍ବର ମେନ୍ ଅପ୍ ଲାଇନକୁ ଯାଉଥିବା ସମୟରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରେଳଷ୍ଟେସନ ନିକଟ ଲଜକୁରାଠାରେ ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି। ଫଳରେ, କୋଲକାତା -ମୁମ୍ବାଇ ମୁଖ୍ୟ ଅପ୍ ଲାଇନରେ ଝାରସୁଗୁଡ଼ା, ବ୍ରଜରାଜନଗର ଦେଇ ଯାଉଥିବା ଟ୍ରେନ୍ ଚଳାଚଳ ପ୍ରାୟ ୩ ଘଣ୍ଟା ପ୍ରଭାବିତ ହୋଇଛି।
ସୂଚନା ଅନୁସାରେ, ଟ୍ରେନ୍ର ଗାର୍ଡ ଡବାରୁ ୩ ଓ ୪ ନମ୍ବର ବଗି ଲାଇନ୍ଚ୍ୟୁତ ହୋଇଥିଲା। ଫଳରେ, ବ୍ରଜରାଜନଗର ଷ୍ଟେସନରେ ହାୱଡା -ଅହମ୍ମଦାବାଦ ସୁପରଫାଷ୍ଟ ଟ୍ରେନ, ଝାରସୁଗୁଡା ଷ୍ଟେସନରେ ଉତ୍କଳ ଏକ୍ସପ୍ରେସ୍ ଓ ବାଗଡ଼ିହି ଷ୍ଟେସନ୍ରେ ରାଜେନ୍ଦ୍ର ନଗର- ଦୁର୍ଗ ଏକ୍ସପ୍ରେସ ଟ୍ରେନ୍କୁ ଦୀର୍ଘସମୟ ଅଟକି ରହିବାକୁ ପଡ଼ିଥିଲା। ଏଥିପାଇଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପରେ ଏହି ବଗିକୁ ମୁଖ୍ୟ ଲାଇନ୍ରୁ ହଟାଇବା ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/train-de.jpg)