କାଳିମାଟି ନିକଟରେ ଧାରଣାଚ୍ୟୁତ ହେଲା ମାଲ୍‌ଗାଡ଼ି ଇଞ୍ଜିନ୍‌

ରାଇରଙ୍ଗପୁର: ମଙ୍ଗଳବାର ରାତି ପ୍ରାୟ ୧୨ଟା ବେଳେ ମୟୂରଭଞ୍ଜ ଜିଲ୍ଲାର ଗୋରୁ ମହିଷାଣୀ ନିକଟବର୍ତ୍ତୀ କାଳିମାଟି ନିକଟରେ ଗୋଟାଏ ମାଲ୍‌ବାହୀ ଟ୍ରେନ୍‌ର ଇଞ୍ଜିନ୍‌ ଧାରାଣାଚ୍ୟୁତ ହୋଇଛି।

ଏଥିଯୋଗୁଁ ଟାଟା-ବାଦାମପାହାଡ଼ ରେଳପଥରେ ଡିଏମ୍‌ୟୁ ଟ୍ରେନ୍‌ ଅଟକି ରହିବାରୁ ଯାତ୍ରୀମାନେ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି।

ମାଲଗାଡ଼ିଟି ଝାଡ଼ଖଣ୍ଡ ରାଜ୍ୟ ଅନ୍ତର୍ଗତ ଟାଟା ନଗର ଅଞ୍ଚଳ ଖଣିରୁ ଲୁହାପଥର ବୋଝେଇ ହୋଇଥିବା ଓ୍ଵାଗନ୍‌କୁ ଆଣିବାକୁ ଯାଉଥିବା ବେଳେ ଗୋରୁମହିଷାଣୀ ନିକଟରେ ଦୁଇଟି ଚକା ଧାରଣାରୁ ଖସି ଯାଇଥିଲା। ଏହା ଜାଣିପାରି ଡ୍ରାଇଭର୍‌ ତୁରନ୍ତ ବ୍ରେକ୍‌ କଷି ଦେବାରୁ ଇଞ୍ଜିନ୍‌ ଅଟକି ଯାଇଥିଲା।

ଟାଟା ନଗରରୁ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଉଦ୍ଧାରକାରୀ ଟିମ୍‌ ପହଞ୍ଚିବା ପରେ ଧାରଣାଚ୍ୟୁତ ଚକାଗୁଡ଼ିକୁ ଉଠାଯାଇଛି।

ସମ୍ବନ୍ଧିତ ଖବର