ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବଡ଼ଷ୍ଟେସନ ଠାରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍। ମାଲବାହୀ ଟ୍ରେନ୍ର ୩ଟି ବଗି ଲାଇନ ଚ୍ୟୁତ ହୋଇଥିବା ବେଳେ ରେଳବାଇ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି।
ତେବେ ଟ୍ରେନରେ ମାଲ୍ ବୋଝେଇ ହୋଇଥିବା ବେଳେ କେଉଁ ଠାରୁ କେଉଁଠିକି ଯାଉଥିଲା ତାହା ସ୍ପଷ୍ଠ ହୋଇନାହିଁ। ଅନ୍ୟପଟେ ବ୍ରହ୍ମପୁରରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଟ୍ରେନ ଚଳାଚଳ ବନ୍ଦ ରହିଛି। ଛତ୍ରପୁର ବଡ଼ଷ୍ଟେସନ ଠାରେ ସନ୍ଧ୍ୟା ୭ ଘଣ୍ଟା ସମୟରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/831398f8-3649-4f4c-8168-4ca83ec167ca.jpeg)