ଝାରଖଣ୍ଡରେ ମାଲଗାଡ଼ି ଲାଇନଚ୍ୟୁଚ, ହାଟିଆ ଷ୍ଟେସନ୍‌ରେ ଅଟକିଲା ତପସ୍ପିନୀ ଓ ଗରିବ ରଥ

ରାଉରକେଲା: ଝାରଖଣ୍ଡର ନୂଆଗାଁ ଷ୍ଟେସନ ନିକଟରେ ବୁଧବାର ରାତିରେ ମାଲଗାଡ଼ି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ରାଉରକେଲା ଠାରୁ ୫୦ କିଲୋମିଟର ଦୂରରେ ହୋଇଥିବା ଦୁର୍ଘଟଣା ଯୋଗୁଁ ହାଟିଆ-ପୁରୀ ତପସ୍ପିନୀ ଓ ଗରିବ ରଥ ଏକ୍ସପ୍ରେସ ହାଟିଆ ଷ୍ଟେସନରେ ଅଟକି ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, କେରାପୁଟ ଜିଲ୍ଲାର ଦାମନଯୋଡ଼ିରୁ ଆଲୁମିନା ପାଉଡ଼ର ନେଇ ଅନୁଗୁଳ ନାଲକୋ ଯାଉଥିବା ମାଲବାହୀ ଟ୍ରେନ୍‌ ସୋମବାର ସନ୍ଧ୍ୟାରେ ଲାଇନଚ୍ୟୁତ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ରାୟଗଡ଼ା ରେଳ ଷ୍ଟେସନ ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଏହି ଘଟଣା ଘଟି ଥିଲା। ଟ୍ରାକ୍‌ ସମସ୍ୟା ଯୋଗୁଁ ସନ୍ଧ୍ୟା ୫ଟା ୫୦ ବେଳକୁ ମାଲବାହୀ ଟ୍ରେନର ଗୋଟିଏ ବଗି ଓ ଇଞ୍ଜିନ ରେଳ ଧାରଣାରୁ ଖସି ପଡ଼ିଥିଲା।

 

ସମ୍ବନ୍ଧିତ ଖବର