ରାଉରକେଲା: ରାଉରକେଲା-ରାଞ୍ଚି ରେଳମାର୍ଗର ନୂଆଗାଁ ଓ ଓଡଗାଁ ଷ୍ଟେସନ ମଧ୍ୟରେ ଆଜି ଏକ ମାଲଗାଡି ଲାଇନଚ୍ୟୁତ୍ ହୋଇଛି। ମାଲଗାଡିର ଗୋଟିଏ ବଗି ଲାଇନଚ୍ୟୁତ୍ ହୋଇଥିବା ଜଣାପଡିଛି। ଦୁର୍ଘଟଣାରେ କିଛି କ୍ଷୟକ୍ଷତି ହୋଇ ନଥିବାବେଳେ ଟ୍ରେନ୍ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଫଳରେ ରାଉରକେଲା-ରାଞ୍ଚି ରେଳମାର୍ଗରେ ପ୍ରାୟ ଚାରିଘଣ୍ଟାରୁ ଅଧିକ ସମୟ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହି ରୁଟ୍ରେ ଯାତାୟତ କରୁଥିବା ଉଭୟ ପାସେଞ୍ଜର ଓ ମାଲ୍ଗାଡି ବିଭିନ୍ନ ଷ୍ଟେସନରେ ଘଣ୍ଟା ଘଣ୍ଟା ଅଟକି ରହିଥିଲା। ବନ୍ଧମୁଣ୍ଡା ରେଳବାଇ ସୁରକ୍ଷା ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲାଇନ୍ଚ୍ୟୁତ୍ ବଗିକୁ ରେଳଲାଇନ ଉପରକୁ ଆଣିଥିଲେ। କ୍ଷତିଗ୍ରସ୍ତ ରେଳଲାଇନକୁ ମରାମତି କରିବା ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଥିଲା। ବନ୍ଧମୁଣ୍ଡା ଏଆର୍ଏମ୍ ନିର୍ଦ୍ଦେଶ ମୁତାବକ ରେଳବାଇ ଟେକ୍ନିକାଲ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି କେଉଁ କାରଣରୁ ମାଲ୍ଗାଡି ଲାଇନଚ୍ୟୁତ୍ ହୋଇଥିଲା ତା’ର ତଦନ୍ତ ଚଳାଇଛନ୍ତି।
ରାଉରକେଲା-ରାଞ୍ଚି ରେଳମାର୍ଗର ନୂଆଗାଁ-ଓଡଗାଁ ଷ୍ଟେସନ ମଧ୍ୟରେ ମାଲ୍ଗାଡି ଲାଇନଚ୍ୟୁତ୍
/sambad/media/post_attachments/wp-content/uploads/2021/09/train.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)