ରାୟଗଡ଼ା: ଟନେଲ୍‌ ଭିତରେ ମାଲଗାଡ଼ି ଇଞ୍ଜିନ୍‌ ଫେଲ୍‌; କୋରାପୁଟ-ରାୟଗଡ଼ା ମଧ୍ୟରେ ରେଳ ଚଳାଚଳ ବନ୍ଦ

ରାୟଗଡ଼ା: ଶୁକ୍ରବାର ସକାଳ ୯ଟା ବେଳେ କେଉଟଗୁଡ଼ା ଏବଂ ଶିକରପାଇ ମଧ୍ୟ ଦେଇ ଯାଇଥିବା ରେଳପଥରେ ଥିବା ସୁଡ଼ଙ୍ଗ ମଧ୍ୟରେ ଗୋଟାଏ ମାଲଗାଡ଼ିର ଇଞ୍ଜିନ ଅକାମି ହୋଇଯିବାରୁ ଗାଡ଼ିଟି ଅଟକି ରହିଛି।

ଅଟକି ରହିଥିବା ମାଲ୍‌ଗାଡ଼ିଟି ସକାଳ ୯ଟାରେ କୋଇଲା ନେଇ ରାୟଗଡ଼ାରୁ ଦାମନଯୋଡ଼ିର ନାଲ୍‌କୋ ଅଭିମୁଖେ ଯାଉଥିଲା। କୌଣସି କାରଣରୁ ଟନେଲ୍‌ ମଧ୍ୟରେ ଇଞ୍ଜିନ ଅଚଳ ହୋଇ ଯିବାରୁ ଗାଡ଼ି ଅଟକି ଯାଇଥିଲା।

ଏଥିଯୋଗୁଁ କୋରାପୁଟ-ରାୟଗଡ଼ା ରେଳପଥରେ ରେଳ ଚଳାଚଳ ବନ୍ଦ ରହିଛି। ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ୍‌ କେଉଟଗୁଡ଼ା, ବିଶାଖାପାଟଣା-କୋରାପୁଟ ଡିଏମ୍‌ୟୁ ଶିକରପାଇ ଏବଂ କୋରାପୁଟ-ବିଶାଖାପାଟଣା ଡିଏମ୍‌ୟୁ ଭାଲୁମାସ୍କା ଷ୍ଟେସନ୍‌ ଠାରେ ଅଟକି ରହିଛି।

ସମ୍ବନ୍ଧିତ ଖବର