ବାମରା/ଝାରସୁଗୁଡ଼ା : ଦକ୍ଷିଣ-ପୂର୍ବ ରେଳପଥର ବାମରା-ଧାରୁଆଡିହି ରେଳ ଷ୍ଟେସନ ମଝିରେ ଏକ ମାଲଗାଡିର ବଗି ଅନ୍ୟ ବଗିଠାରୁ ବିଚ୍ଛିନ୍ନ ହୋଇଯାଇଥିଲା। ଫଳରେ ଇଞ୍ଜିନଟି କିଛି ବଗି ନେଇ ପଛରେ ଛିଣ୍ଡିଥିବା ଆଉ ଅଧା ବଗି ଛାଡି ଚାଲି ଯାଇଥିବା ଦେଖିବାକୁ ମିଳିଥିଲା। ଏନ କୋଲାଘାଟ ନାମକ ମାଲଗାଡି ବ୍ରଜରାଜନଗରରୁ କୋଇଲା ନେଇ ପଶ୍ଚିମବଙ୍ଗ କୋଲାଘାଟ ଥର୍ମାଲ ପାୱାର ପ୍ଲାଣ୍ଟକୁ ଯାଉଥିଲା। ବାମରା-ଧାରୁଆଡ଼ିହି ରେଳଷ୍ଟେସନ ମଝି କୁଅଁରମାଲ ଫାଟକ ପାର ହେଲା ପରେ ବଗି ମଧ୍ୟରେ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ପଛ ପଟୁ ଗାର୍ଡ ବଗି ସହ ୬ଟି ବଗି ଟ୍ରେନ ଲାଇନରେ ରହିଯାଇଥିଲା। ଇଞ୍ଜିନ ସହ ବାକି କିଛି ବଗି ପ୍ରାୟ ଅଧ କିଲୋମିଟର ଆଗକୁ ଗଡି ଯାଇଥିଲା। ଭେକ୍ୟୁମ ପ୍ରେସର କମିଯିବା ପରେ ଡ୍ରାଇଭର ଅରୁଣ କୁମାର ଗାର୍ଡ ରାଜିନ କୁମାରଙ୍କ ସହ ଯୋଗାଯୋଗ କରିଥିଲେ। କିଛି ବଗି ଛାଡି ଯାଇଥିବା ଜାଣିବାକୁ ପାଇଥିଲେ। ଏହାପରେ ଜରୁରିକାଳୀନ ବ୍ରେକ ଲଗାଇ ଗାଡିକୁ ଅଟକାଇ ପଛକୁ ଆଣିଥିଲେ। ଗାର୍ଡ ଏବଂ ସହୟକ ଡ୍ରାଇଭର ମିଶି ବଗି ସଂଯୋଗ କରିଥିଲେ। ଏହାପରେ ଗାଡି ତାର ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲା। ଘଟଣା ବିଷୟରେ ଗାର୍ଡ ଓ ଡ୍ରାଇଭରଙ୍କୁ ପଚାରିବାରୁ ବଗି ସଂଯୋଗରେ ଲାଗିଥିବା ନିମ୍ନମାନର ତାର ଛିଣ୍ଡି ପଡ଼ିବା ଯୋଗୁଁ ଏହି ଘଟଣା ଘଟିଲା ବୋଲି କହିଥିଲେ। ବାମରା ଷ୍ଟେସନ ମ୍ୟାନେଜର ଟି. ନାଏକଙ୍କୁ ପଚାରିବାରୁ ଘଟଣା ବିଷୟରେ ଜାଣିଛି କିନ୍ତୁ ମେମୋ ମିଳିନାହିଁ ବୋଲି କହିଥିଲେ। ଡିଟିଆଇ (ଡିଭିଜନାଲ ଟ୍ରାଫିକ ଇନ୍ସପେକ୍ଟର) ଏନ.ଏମ୍ ସାହୁଙ୍କୁ ପଚରାଯିବାରୁ ବଗିଗୁଡିକ ପୁରୁଣା ହେଲେ ଜାର୍କରେ ଜଏଣ୍ଟଗୁଡିକ ଖୋଲି ଯାଇଥାଏ।
ଗାର୍ଡ ସହ ୬ଟି ବଗି ଛାଡ଼ି ଇଞ୍ଜିନ ଗଡ଼ିଲା
/sambad/media/post_attachments/wp-content/uploads/2019/05/train-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)