ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଳକ୍ ଟାଙ୍ଗିରିଆପାଳ ରେଳ ଷ୍ଟେସନ୍ ଓ ଶଗଡ଼ପଟା ରେଳ ଷ୍ଟେସନ୍ ମଧ୍ୟରେ ଏକ ମାଲବାହୀ ଟ୍ରେନ ଅଚଳ ହୋଇ ପଡ଼ିବାରୁ ରବିବାର ରାତି ୮ଟାରୁ ପ୍ରାୟ ଦୁଇଘଣ୍ଟା ଧରି ଖୋର୍ଦ୍ଧାରୋଡ୍-କେନ୍ଦୁଝର ପାସେଞ୍ଜର ଟ୍ରେନ୍ ଟାଙ୍ଗିରିଆପାଳ ରେଳ ଷ୍ଟେସନରେ ଅଟକି ରହିଥିଲା। ସେହିପରି ଟାଟାନଗର-ବ୍ରହ୍ମପୁର ବନ୍ଦେ ଭାରତ ଏକ୍ସପ୍ରେସ୍ ମଧ୍ୟ ଶଗଡ଼ପଟା ରେଳ ଷ୍ଟେସନରେ ଅଟକି ରହିଥିଲା। ଟ୍ରାକ୍ ମଝିରେ ଅଚଳ ହୋଇଥିବା ମାଲଗାଡ଼ିକୁ ହଟାଯିବା ପରେ ରାତି ୧୦ଟାରେ ପାସେଞ୍ଜର ଟ୍ରେନ୍ କେନ୍ଦୁଝର ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି। ଆଜି ରବିବାର ଥିବାରୁ ପାସେଞ୍ଜର ଟ୍ରେନ୍ରେ ପ୍ରବଳ ଭିଡ଼ ଥିଲା। ବହୁ ଯାତ୍ରୀ ଭୁବନେଶ୍ୱରରୁ ଛିଡ଼ା ହୋଇ କେନ୍ଦୁଝର ପର୍ଯ୍ୟନ୍ତ ଯାଇଥିଲେ। ତେବେ ଏତେ ସମୟ ଧରି ଟ୍ରେନ୍ଟି ଅଟକି ରହିବାରୁ ଉତ୍ତ୍ୟକ୍ତ ଯାତ୍ରୀମାନେ ଷ୍ଟେସନ୍ ମାଷ୍ଟରଙ୍କୁ ଘେରିବା ସହ ରେଳ ବିଭାଗ ଏହି ରେଳପଥରେ ମାଲବାହୀ ଟ୍ରେନ୍କୁ ଗୁରୁତ୍ୱ ଦେଉଥିବା ଅଭିଯୋଗ କରିଥିଲେ।
ଟ୍ରାକ୍ ମଝିରେ ମାଲ୍ବାହୀ ଟ୍ରେନ୍ ଅଚଳ: ୨ ଘଣ୍ଟା ଅଟକିଲା ପାସେଞ୍ଜର୍, ବନ୍ଦେ ଭାରତ
ହରିଚନ୍ଦନପୁର ବ୍ଳକ୍ ଟାଙ୍ଗିରିଆପାଳ ରେଳ ଷ୍ଟେସନ୍ ଓ ଶଗଡ଼ପଟା ରେଳ ଷ୍ଟେସନ୍ ମଧ୍ୟରେ ଏକ ମାଲବାହୀ ଟ୍ରେନ ଅଚଳ ହୋଇ ପଡ଼ିବାରୁ ରବିବାର ରାତି ୮ଟାରୁ ପ୍ରାୟ ଦୁଇଘଣ୍ଟା ଧରି ଖୋର୍ଦ୍ଧାରୋଡ୍-କେନ୍ଦୁଝର ପାସେଞ୍ଜର ଟ୍ରେନ୍ ଟାଙ୍ଗିରିଆପାଳ...
/sambad/media/media_files/MKut9rh4T1GC1Tjr7IbI.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)