ବ୍ରହ୍ମପୁର: ମାଲଗାଡ଼ିର ୨ଟି ବଗି ଲାଇନଚ୍ୟୁତ, ୨ଟି ଟ୍ରେନ୍‌ ବାତିଲ

ଭୁବନେଶ୍ୱର: ଆଜି ସକାଳେ ଖୋର୍ଦ୍ଧା ରୋଡ୍‌ ଓ୍ଵାଲଟିୟର ଯାଉଥିବାଏକ ମାଲଗାଡ଼ିର ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ବ୍ରହ୍ମପୁରରୁ ଗୋଲନ୍ଥରା ଷ୍ଟେସନ ମଧ୍ୟର ଏହି ଦୁଇଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଖୋର୍ଦ୍ଧା ରୋଡ୍‌ ଷ୍ଟେସନରୁ ଓ୍ଵାଲଟିୟର ଅଭିମୁଖେ ଯାଉଥିବା ଏକ ମାଲଗାଡ଼ିର ଦୁଇଟି ବଗି ବ୍ରହ୍ମପୁରରୁ ଗୋଲନ୍ଥରା ଷ୍ଟେସନ ମଧ୍ୟରେ ଲାଇଡ଼୍‍ଚୁତ ହୋଇଛି। ତେବେ ଏହି ବଗି ଦୁଇଟି ଖାଲି ଥିଲା। ବଗି ଲାଇନ୍‌ଚ୍ୟୁତ ଯୋଗୁଁ କୌଣସି ଧନଜୀବନର କ୍ଷତି ହୋଇ ନାହିଁ। ତେବେ ଟ୍ରାକ୍‌ କିଛିଟା କ୍ଷତି ହୋଇଥିବାରୁ ସେହି ଲାଇନ୍‌ରେ ବର୍ତ୍ତମାନ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ରେସ୍‌କ୍ୟୁ ଗାଡ଼ି ପହଞ୍ଚି ବଗି ଦୁଇଟିକୁ ଟ୍ରାକକୁ ଆଣିବା ପରେ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହେବ ବୋଲି ଜଣାପଡ଼ିଛି। ତେବେ ଏହି ବଗି ଲାଇନଚ୍ୟୁତ ପାଇଁ ଟ୍ରାକ୍‌ ମରାମତି କାର୍ଯ୍ୟ ଚାଲିଥିବାରୁ ପୁରୀ-ପଲାସା ଓ ଭୁବନେଶ୍ୱର- ବ୍ରହ୍ମପୁର ପାସେଞ୍ଜର ଟ୍ରେନ୍‌କୁ ବାତିଲ କରାଯାଇଛି। ଅନ୍ୟ ଟ୍ରେନ୍‌ଗୁଡ଼ିକ ଡାଉନ୍‌ ଲାଇନ୍‌ରେ ଚଳାଚଳ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର