ପାରାଦୀପ: ପାରାଦୀପର ଅଠରବାଙ୍କି ରେଲେଓ୍ଵ କଲୋନି ନିକଟରେ ଗୁରୁବାର ପୂର୍ବାହ୍ନ ୧୦ଟାରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି।ଟ୍ରେନର ୯ଟି ବଗି ଲାଇନଚ୍ୟୁତ ହୋଇଛି। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ଟ୍ରାକ୍କୁ ସ୍ୱାଭାବିକ କରିବା ପାଇଁ ପାରାଦୀପ ବନ୍ଦରର ଟ୍ରାଫିକ ବିଭାଗର ଅଧିକାରୀ, ପୂର୍ବତଟ ରେଳବାଇ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାଧାନରେ ଉଦ୍ୟମ ଜାରି ରହିଛି।
ସୂଚନା ଯୋଗ୍ୟ ଯେ ପ୍ରତିଦିନ ଏହି ସ୍ଥାନରେ ଲକ୍ଷାଧିକ ଟଙ୍କାର କୋଇଲା ଚୋରି ହେଉଥିବା ବେଳେ ଏହି ସ୍ଥାନରେ ବହୁ ପରିମାଣର କୋଇଲାଗୁଣ୍ଡ ମାଲଗାଡ଼ିରୁ ଖସି ଟ୍ରାକ୍ରେ ପଡ଼ି ରହିଛି। ବର୍ଷ ବର୍ଷ ଧରି କୋଇଲା ଗୁଣ୍ଡ ପଡ଼ି ରହିଥିବାରୁ ଟ୍ରେନ୍ ଚଳାଚଳରେ ୍ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି। ଆଜି ଏହି ମାଲଗାଡ଼ିଟି ବନ୍ଦର ଭିତରେ ମାଲ ଖଲାସ କରି ତାଳଚେର ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା।
ପାରାଦୀପରେ ମାଲଗାଡ଼ିର ୯ ବଗି ଲାଇନ୍ଚ୍ୟୁତ
/sambad/media/post_attachments/wp-content/uploads/2018/08/paradeep.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)