ପୁରୀ : ଶ୍ରୀମନ୍ଦିର ମେଘନାଦ ପ୍ରାଚୀର କଡ଼ରୁ ସ୍ଥାୟୀ ନିର୍ମାଣକୁ ହଟାଯିବା ପରେ ଆଜି ଜିଲ୍ଲା ପ୍ରଶାସନ ସୂଚନା ଓ ଲୋକସମ୍ପର୍କ ବିଭାଗର ଛାତ ଉପରେ ସ୍ଥାପିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ଅସ୍ଥାୟୀ ଭାବେ ବଡ଼ଛତା ମଠ ଓ ରାମଦୟା ପରିଷଦ ମଧ୍ୟରେ ଥିବା ଖାଲି ସ୍ଥାନକୁ ସ୍ଥାନାନ୍ତରିତ କରିଛି। ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିକୁ କେଉଁଠାରେ ସ୍ଥାୟୀ ଭାବେ ରଖାଯିବ ସେ ନେଇ ପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।