ଝାରସୁଗୁଡ଼ା : ନବ ଦାସ ହତ୍ୟା ମାମଲାରେ ଗିରଫ ହେବା ପରେ ଅଭିଯୁକ୍ତ ଗୋପାଳ ଦାସ ପ୍ରଥମ ଦିନ ଝାରସୁଗୁଡ଼ା ଜେଲ୍ ହାଜତରେ ରାତିଏ ରହିଥିଲା। ଆଜି ରିମାଣ୍ଡ ଅବଧି ଶେଷ ହେବା ପରେ ତାକୁ ପୁଣିଥରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୁରକ୍ଷା ଦୃଷ୍ଟିକୋଣରୁ ଗୋପାଳକୁ ଝାରସୁଗୁଡ଼ା ସବ୍ଜେଲ୍ର ସ୍ବତନ୍ତ୍ର ହାଇ ସିକ୍ୟୁରିଟି ସେଲ୍ରେ ରଖାଯାଇଥିବା ନେଇ ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହି ସେଲ୍ରେ ଗୋପାଳ ଏକା ରହୁଥିବା ବେଳେ ତା ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ତେବେ ଅନ୍ୟ କଏଦୀଙ୍କ ପରି ସେ ସମ୍ପୃକ୍ତ ବ୍ଲକରୁ ବାହାରିପାରିବ ନାହିଁ। ଏଥିପାଇଁ ଜେଲ୍ ପରିସରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଜେଲ୍ ପକ୍ଷରୁ କୁହାଯାଇଛି।
ନବ ଦାସ ହତ୍ୟା ମାମଲା: ସ୍ବତନ୍ତ୍ର ସେଲ୍ରେ ଗୋପାଳ
/sambad/media/post_attachments/wp-content/uploads/2023/02/gopal-jjj22.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)