ନିଜ ଖବର ପଢ଼ି ହସିଲା ଗୋପାଳ

ଭୁବନେଶ୍ବର : ‌ଠୋ ଠୋ ହୋଇ ହସିଲା। ଖବରକାଗଜକୁ ଫୋପାଡ଼ି ଆଙ୍ଗୁଠି ନିର୍ଦ୍ଦେଶ କରୁଥିଲା। ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଗୋପାଳ ଦାସକୁ ଏଭଳି ହସ ହସ ମୁହଁରେ ଦେଖିବାକୁ ମିଳିଥିଲା। ନାର୍କୋ ଟେଷ୍ଟ ପାଇଁ କୋଲକାତା ଦେଇ ଗୁଜରାଟ ଯିବା ପାଇଁ ଝାରସୁଗୁଡ଼ା ବିମାନବନ୍ଦରରେ ଗୋପାଳ ଅପେକ୍ଷା କରିଥିବା ବେଳେ ସେଠାରେ ଏକ ଖବରକାଗଜ ପଢ଼ିଥିଲା।

ସେ କିଭଳି ମନ୍ତ୍ରୀଙ୍କୁ ହତ୍ୟା କରିଥିଲା, ତା’ର ସିନ୍‌-ରିକ୍ରିଏସନ୍‌ ରିପୋର୍ଟ ଖବରକାଜରେ ପ୍ରକାଶ ପାଇଥିଲା। ତାହାକୁ ‌ପଢ଼ି ଗୋପାଳ ଉଠି ପଡ଼ିଥିଲା ଓ ଠୋ ଠୋ ହୋଇ ହସିଥିଲା। ଏହାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି। ଅଭିଯୁକ୍ତର ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମ୍ବନ୍ଧିତ ଖବର