ଝାରସୁଗୁଡ଼ା : ନବ ଦାସଙ୍କୁ ଗୁଳିମାଡ଼ କରିଥିବା ଏଏସ୍ଆଇ ଗୋପାଳ ଦାସ ଚାକିରି ଜୀବନରେ ବିଭାଗୀୟ ପୁରସ୍କାରକୁ ନେଇ ଏକ ରୋଚକ ଖବର ସାମ୍ନାକୁ ଆସିଛି। ୧୯୯୨ ଜୁଲାଇ ୮ରେ ପ୍ରଥମେ ଗଞ୍ଜାମରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିବା ଗୋପାଳ ୨୦୦୯ ସେପ୍ଟେମ୍ବର ୯ରେ ଏଏସ୍ଆଇ ଭାବେ ପଦୋନ୍ନତି ପାଇଥିଲା। ସର୍ଭିସ ବୁକରେ ଗୋପାଳ ଗୁଡ୍ ବୋଲି ଦର୍ଶାଯାଇଥିବା ବେଳେ ସେ ୧୨ ଥର ପୁରସ୍କୃତ ହୋଇଥିଲେ। ସଠିକ୍ ତଦନ୍ତ ପ୍ରକ୍ରିୟା ପାଇଁ ସେ ୧୮ଟି ମେଡାଲ ପାଇବା ସହ ୮ ଥର ତାଙ୍କୁ ଆର୍ଥିକ ସହାୟତା ସହ ପୁରସ୍କାର ଦିଆଯାଇଛି। ଥରେ ମାତ୍ର ଛୋଟିଆ ଭୁଲ ପାଇଁ ତାଙ୍କୁ ଚେତାବନୀ ଦିଆଯାଇଥିଲା। ସେ ମାନସିକ ରୋଗରେ ପୀଡ଼ିତ ଥିବା ସର୍ଭିସ ବୁକ୍ରେ ଉଲ୍ଲେଖ ନାହିଁ।
୧୨ ଥର ପୁରସ୍କୃତ ହୋଇଥିଲେ ଗୋପାଳ
/sambad/media/post_attachments/wp-content/uploads/2023/01/gopal-das-naba-das-murderder-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)