ନୂଆଦିଲ୍ଲୀ/ଭୁବନେଶ୍ବର: ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ସମୁଦ୍ର ବେଳାଭୂମିରେ ଜଣେ ୨୧ ବର୍ଷୀୟ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯିବା ଘଟଣାର ବିସ୍ତୃତ ବିବରଣୀ ପ୍ରଦାନ କରୁଥିବା ଗଣମାଧ୍ୟମ ରିପୋର୍ଟର ସ୍ୱତଃ ତଦନ୍ତ ନିର୍ଦ୍ଦେଶ ଭାରତୀୟ ଜାତୀୟ ମାନବାଧିକାର କମିସନ (ଏନଏଚଆରସି) ଦେଇଛନ୍ତି।
ଜୁନ୍ ୧୫ ତାରିଖରେ ଘଟିଥିବା ଘଟଣାର ସ୍ୱତଃ ତଦନ୍ତ ନିର୍ଦ୍ଦେଶ ଏନଏଚଆରସି ପକ୍ଷରୁ ପ୍ରଦାନ କରାଯାଇଛି।
ରିପୋର୍ଟ ଅନୁସାରେ, ଜଣେ ଯୁବତୀ ପୁରୁଷ ବନ୍ଧୁଙ୍କ ସହିତ ବୁଲିବାକୁ ସମୁଦ୍ର କୂଳକୁ ଯାଇଥିଲେ, ସେହି ସମୟରେ ପ୍ରାୟ ଦଶ ଜଣ ଦୁବୃର୍ତ୍ତ ସେମାନଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ। ଆକ୍ରମଣକାରୀମାନେ ପୀଡିତାଙ୍କ ପୁରୁଷଙ୍କୁ ବାନ୍ଧି ଯୁବତୀଙ୍କ ସହିତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଘଟଣାର ଗମ୍ଭୀରତା ଏବଂ ମାନବାଧିକାର ଉପରେ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ୍ ଜାରି କରିଛି, ଯେଉଁଥିରେ ଗୋପାଳପୁର ଯୌନ ନିର୍ଯାତନା ମାମଲାର ଦୁଇ ସପ୍ତାହ ମଧ୍ୟରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
The NHRC takes suo motu cognizance of the reported gang rape of a female college student on the Gopalpur sea beach of Ganjam District in Odisha. May like to refer to the press release at: https://t.co/ecSvHGIKRE#HumanRightsViolations #Odisha #Ganjam #Assault #NHRCIndia pic.twitter.com/2p9wKc13j2
— NHRC India (@India_NHRC) June 23, 2025
ଅଧିକ ପଢ଼ନ୍ତୁ:ଇରାନ ଉପରେ ଟ୍ରମ୍ପ୍ଙ୍କ ଆକ୍ରମଣକୁ ଭୂରି ଭୂରି ପ୍ରଶଂସା କଲେ ନେତାନ୍ୟାହୁ
କମିସନ ସ୍ୱତନ୍ତ୍ର ଭାବରେ ତଦନ୍ତର ସ୍ଥିତି, ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବଂ ରାଜ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପୁନର୍ବାସ, କ୍ଷତିପୂରଣ କିମ୍ବା ପରାମର୍ଶ ସହାୟତା ବିଷୟରେ ବିବରଣୀ ଦାଖଲ ପାଇଁ ଅନୁରୋଧ କରିଛନ୍ତି।
୧୬ ଜୁନ୍ ୨୦୨୫ ତାରିଖର ଗଣମାଧ୍ୟମ ଅପଡେଟ୍ ସୂଚାଇଛି ଯେ, ପୀଡ଼ିତାଙ୍କର ବ୍ରହ୍ମପୁରର ଏମକେସିଜି ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା କରାଯାଇଛି। ପୁଲିସ ଏହି ମାମଲାରେ ସମ୍ପୃକ୍ତ ସାତ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।
ଏନଏଚଆରସି ଏପରି ମାମଲାରେ ନ୍ୟାୟର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସମ୍ପୃକ୍ତ ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକଠାରୁ ରିପୋର୍ଟ ଲୋଡ଼ିଛନ୍ତି।
ଅଧିକ ପଢ଼ନ୍ତୁ: ଇରାନ ଉପରେ ଆମେରିକାର ଆକ୍ରମଣ; ସେୟାର୍ ମାର୍କେଟ ଉପରେ ପଡ଼ିଲା ପ୍ରଭାବ
gopalpur gang rape