ଭୁବନେଶ୍ୱର: ଦୀର୍ଘ ୬ ମାସ ଜେଲରେ ରହିବା ପରେ ସ୍ଥାନୀୟ ଝାରପଡ଼ା ଜେଲରୁ ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେ ବିଭିନ୍ନ ଠକେଇ ଓ ଜାଲିଆତି ମାମଲାରେ ଗିରଫ ହୋଇଥିଲେ । ଅପରାଧୀକ ଷଡ଼ଯନ୍ତ୍ର ନେଇ ପ୍ରଦୀପଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ବିଭିନ୍ନ ଥାନାରେ ତାଙ୍କର ନାଁରେ ୬ଟି ମାମଲା ଥିଲା । ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ।
/sambad/media/post_attachments/wp-content/uploads/2021/06/283dc816-6193-4c4b-b226-94b2bf172d83.jpg)
ସୂଚନାଯୋଗ୍ୟ, ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ଆଇଏଫ୍ଏସ୍ ଅଧିକାରୀ ଅଭୟ ପାଠକଙ୍କ ସହିତ ସଂପର୍କ ଥିଲା ବୋଲି ଅଭିଯୋଗ ଆସିଥିଲା । ସେ ଚାଟାଡ ଫ୍ଲାଇଟ୍ରେ ଅଭୟ ପାଠକଙ୍କ ସହିତ ବୁଲିବାକୁ ଯାଇଥିଲେ । ଟାଟା କଂପାନିରେ ନିଯୁକ୍ତି ଦେବା ନେଇ ତାଙ୍କର ସଂପୃକ୍ତି ଥିଲା ବୋଲି ଅଭିଯୋଗ ହୋଇଥିଲା । ସେ ବ୍ରହ୍ମପୁର ତଥା ଗଂଜାମର କିଛି ଲୋକଙ୍କ ଠାରୁ ଟଙ୍କା ଲାଞ୍ଚ ନେଇଥିବା ନେଇଥିଲେ ବୋଲି ଅଭିଯୋଗ ଆସିଥିଲା । ଏସବୁ ଘଟଣା ପରେ ବିଜୁ ଜନତା ଦଳ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କାର କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/71ac9648-d6a4-4a3f-99fa-ddb6b248a7ff.jpg)
