୬ ମାସ ପରେ ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଦୀର୍ଘ ୬ ମାସ ଜେଲରେ ରହିବା ପରେ ସ୍ଥାନୀୟ ଝାରପଡ଼ା ଜେଲରୁ ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେ ବିଭିନ୍ନ ଠକେଇ ଓ ଜାଲିଆତି ମାମଲାରେ ଗିରଫ ହୋଇଥିଲେ । ଅପରାଧୀକ ଷଡ଼ଯନ୍ତ୍ର ନେଇ ପ୍ରଦୀପଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ବିଭିନ୍ନ ଥାନାରେ ତାଙ୍କର ନାଁରେ ୬ଟି ମାମଲା ଥିଲା । ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ।

ସୂଚନାଯୋଗ୍ୟ, ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ଆଇଏଫ୍‌ଏସ୍ ଅଧିକାରୀ ଅଭୟ ପାଠକଙ୍କ ସହିତ ସଂପର୍କ ଥିଲା ବୋଲି ଅଭିଯୋଗ ଆସିଥିଲା । ସେ ଚାଟାଡ ଫ୍ଲାଇଟ୍‌ରେ ଅଭୟ ପାଠକଙ୍କ ସହିତ ବୁଲିବାକୁ ଯାଇଥିଲେ । ଟାଟା କଂପାନିରେ ନିଯୁକ୍ତି ଦେବା ନେଇ ତାଙ୍କର ସଂପୃକ୍ତି ଥିଲା ବୋଲି ଅଭିଯୋଗ ହୋଇଥିଲା । ସେ ବ୍ରହ୍ମପୁର ତଥା ଗଂଜାମର କିଛି ଲୋକଙ୍କ ଠାରୁ ଟଙ୍କା ଲାଞ୍ଚ ନେଇଥିବା ନେଇଥିଲେ ବୋଲି ଅଭିଯୋଗ ଆସିଥିଲା । ଏସବୁ ଘଟଣା ପରେ ବିଜୁ ଜନତା ଦଳ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କାର କରିଥିଲା ।

ସମ୍ବନ୍ଧିତ ଖବର