ଭିଜିଲାନ୍ସ ଜାଲରେ ଗୋପାଲପୁର ପିଇଓ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ର ଗୋପାଲପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ କ୍ଷମା ପ୍ରସାଦ ଦୁରିଆ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ଗୋପାଳପୁର ପଞ୍ଚାୟତର ନିର୍ବାହୀ ଅଧିକାରୀ କ୍ଷମା ପ୍ରସାଦ ଦୁରିଆ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରୋତ୍ସାହନ ରାଶି ୨୦ ହଜାର ଟଙ୍କା ବିଲ୍‌ କରିଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଭବାନୀପାଟଣା ବସ୍‌ଷ୍ଟାଣ୍ଡ ନିକଟରେ ଟଙ୍କା ନେବା ବେଳେ କଳାହାଣ୍ଡି ଭିଜିଲାନ୍ସ ଟିମ୍‌ ପୂର୍ବରୁ ଛକି ରହି ଚଢ଼ଉ କରିଥିଲା। ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ସମ୍ପୃକ୍ତ ନିର୍ବାହୀ ଅଧିକାରୀଙ୍କୁ ଭିଜିଲାନ୍ସ ଅଫିସକୁ ନେଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର