ସ୍ବାଭାବିକ ହେଲା ଗୋପାଳପୁର ବନ୍ଦର

ଛତ୍ରପୁର : ଗୋପାଳପୁର ବନ୍ଦରର ପଣ୍ୟ ପରିବହନ କାର୍ଯ୍ୟ ସ୍ବାଭାବିକ ହୋଇଛି। ଗୋପାଳପୁର ବନ୍ଦରର ଆବଶ୍ୟକ ନିରାପତ୍ତା ଅନୁଧ୍ୟାନ ପରେ ବାଣିଜ୍ୟ କାରବାର ପୁଣି ଆରମ୍ଭ ହୋଇଛି। ସାମୁଦ୍ରିକ ଝଡ଼ ‘ଫନି’ ‌େମ’ ୩ ତାରିଖ ସକାଳୁ ଗୋପାଳପୁର ବନ୍ଦର ଅତିକ୍ରମ କରିଥିଲା। ଫନି ପାଇଁ ବନ୍ଦରର ବାଣିଜ୍ୟିକ ପରିବହନ କାର୍ଯ୍ୟ ବନ୍ଦ ରହିଥିଲା। ସମସ୍ତ ସ୍ଥିତି ଅନୁଧ୍ୟାନ କରିବା ପରେ ‌େମ’ ୪ ତାରିଖ ଅପରାହ୍ନରୁ ବାଣିଜ୍ୟ ପରିବହନ କାରବାର ଆରମ୍ଭ କରାଯାଇଛି। ଗୋପାଳପର ବନ୍ଦର ଡେପୁଟି ଭାଇସ୍‌ ପ୍ରେସିଡେଣ୍ଟ ତଥା ବ୍ୟାପାର ଓ ଯୋଗାଯୋଗ ଅଧିକାରୀ ଜଗଦୀଶ ଚନ୍ଦ୍ର ରାଉତ ପ୍ରେସ୍‌ ବିଜ୍ଞପ୍ତିରେ ଏହା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର