ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ଅଧୀନରେ ଆସୁଥିବାରୁ ଗୋପାଳପୁର ପୋର୍ଟସ୍ ଲିମିଟେଡ୍ (ଜିପିଏଲ୍)ରେ କାର୍ଯ୍ୟ ସ୍ୱାଭାବିକ ରହିଛି । ବର୍ଥରେ ମାଲ ପରିଚାଳନା ଜାରି ରହିଛି । କରୋନା-୧୯ ବ୍ୟାପିବାକୁ ରୋକିବା ଲାଗି ବନ୍ଦର ତରଫରୁ ସମସ୍ତ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜାହାଜ ମହାନିର୍ଦେଶାଳୟ ଠାରୁ ଏହା ହାସଲ କରିଥିବା ନିୟମ ଓ ନିର୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରୁଛି । ବନ୍ଦର ଭିତରକୁ ଆସୁଥିବା ଜାହଜଗୁଡ଼ିକର ପରିଚାଳନା କରିବା ବେଳେ ନିୟମିତ ବ୍ୟବଧାନରେ ବନ୍ଦର ମନ୍ତ୍ରଣାଳୟ ତରଫରୁ ଜାରି କରାଯାଉଥିବା ଏସ୍ଓପିକୁ ବନ୍ଦର ପାଳନ କରୁଛି । କର୍ମକ୍ଷେତ୍ରରେ ସୁରକ୍ଷିତ ପରିବେଶ ଲାଗି ବନ୍ଦର ପରିସରରେ ଚବିଶ ଘଣ୍ଟା ନିଜସ୍ୱ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜୁ୍ୟର୍ (ଏସ୍ଓପି)କୁ ବନ୍ଦର ପାଳନ କରୁଛି । ପରିଚାଳନାରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଏମ୍ବାର୍କମେଣ୍ଟ/ ଡିଏମ୍ବାର୍କମେଣ୍ଟ ପାଇଁ ଜାହାଜର ମାଲ ବୋଝେଇ ଅଂଚଳରେ ଅ-ସଂକ୍ରାମକ ତରଳ (ସୋଡିୟମ ହାଇପୋକ୍ଲୋରାଇଟ୍) ବ୍ୟବହାର କରାଯାଉଛି । କରୋନା ଭୂତାଣୁ ବ୍ୟାପିବାକୁ ରୋକିବା ଲାଗି କର୍ମଚାରୀ ଏବଂ ଶ୍ରମିକମାନଙ୍କୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିବା ଉପରେ ଜିପିଏଲ୍ ସଚେତନ କରୁଛି । ନୋଭେଲ୍ କରୋନା ଭୂତାଣୁ ବ୍ୟାପିବା ପରଠାରୁ ବନ୍ଦର ତରଫରୁ ସବୁ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଜାହଜରେ ରହି କରାଯାଉଥିବା ସବୁ ପ୍ରକାର କାର୍ଯ୍ୟ ଲାଗି ଶରୀରକୁ ସମ୍ପୂର୍ଣ୍ଣ ରୂପେ ସର୍ଜିକାଲ୍ ପ୍ରୋଟେକ୍ସନ ସୁଟ୍ ଘୋଡ଼େଇ କରାଯାଉଥିବା ବେଳେ ବର୍ଥ ଅଂଚଳ, ରେଲୱେ ସାଇଡିଂ, ପାର୍କିଂ ୟାର୍ଡ, ମୁଖ୍ୟ ଫାଟକ ଏବଂ ଅନ୍ୟାନ୍ୟ ଅଂଚଳରେ କାର୍ଯ୍ୟ କରୁଥିବା ବନ୍ଦରର କର୍ମଚାରୀମାନଙ୍କୁ କାମ ଆରମ୍ଭ କରିବା ପୂର୍ବରୁ ଓ ପରେ ଫେସ ମାସ୍କ ଓ ହ୍ୟାଣ୍ଡ୍ ସାନିଟାଇଜର୍ ପ୍ରଦାନ କରାଯାଉଛି ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp