ଗୋପାଳପୁରରେ ସମୁଦ୍ର ଅଶାନ୍ତ, ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିଲେ ପ୍ରଶାସନିକ ଅଧିକାରୀ

ଗୋପାଳପୁର: ସାମୁଦ୍ରିକ ଝଡ଼ ‘ଗୁଲାବ୍‌’ର ପ୍ରଭାବରେ ରାଜ୍ୟର ଏକାଧିକ ସ୍ଥାନ ସମେତ ଗଂଜାମ ଜିଲ୍ଲା ଗୋପାଳପୁରରେ ମଧ୍ୟ ଆଜି ସକାଳ ଠାରୁ ଝିପିଝିପି ବର୍ଷା ଲାଗି ରହିଛି। ବାତ୍ୟା ପ୍ରଭାବରେ ଗୋପାଳପୁର ସମୁଦ୍ର ଅଶାନ୍ତ ରହିଛି। ତେଣୁ ବାତ୍ୟା ସ୍ଥଳଭାଗ ପହଂଚିବା ପୂର୍ବରୁ ପ୍ରଶାସନିକ ଅଧିକାରୀମାନେ ଗୋପାଳପୁର ବେଳାଭୂମିକୁ ପହଂଚି ସ୍ଥିତି ନେଇ ସମୀକ୍ଷା କରିଛନ୍ତି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ତାଜା ରିପୋର୍ଟ ଅନୁସାରେ ‘ଗୁଲାବ୍‌’ ଗୋପାଳପୁରଠାରୁ ୧୦୦ କିଲୋମିଟର ଦୂରରେ ରହିଛି। ପୂର୍ବରୁ ଘଣ୍ଟାପ୍ରତି ୨୪ କିଲୋମିଟର ବେଗରେ ଗତି କରୁଛି। ପ୍ରଶାସିନିକ ଅଧିକାରୀମାନେ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିଛନ୍ତିି। କନିଷି ତହସିଲଦାର ତାପସ ରାଉତ, ସ୍ଥାନୀୟ ଲୋକଙ୍କୁ ବେଳାଭୂମି ନଯିବା ପାଇଁ ପରାମର୍ଶ ଦେଇଛନ୍ତି। ଅନ୍ୟପଟରେ ପ୍ରଶାସନ ବେଳାଭୂମିକୁ ୨୬ ଓ ୨୭ ତାରିଖ ସାଧାରଣ ଲୋକଙ୍କ ପାଇଁ ବାରଣ କରିଛି। ସେହିପରି ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହେଉଥିବାରୁ ମତ୍ସଜୀବୀମାନଙ୍କୁ ମଧ୍ୟ ବାରଣ କରାଯାଇଛି।

ଲୋକଙ୍କ ସୁରକ୍ଷା ପାଇଁ ବେଳାଭୂମିରେ ସ୍ଥାନୀୟ ପୁଲିସ ମୁତୟନ ରହିଛନ୍ତି। ପ୍ରାୟ ୪୪ଟି ଘରକୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଗୋପାଳପୁରରେ ୩ଟି ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଛି। ଏନ୍‌ଏସି ପକ୍ଷରୁ ଶିଶୁମନ୍ଦିର, ବାତ୍ୟା ଆଶ୍ରୟସ୍ଥଳୀ ଓ ଏନ୍‌ଏସି ନିକଟସ୍ଥ ନୂଆ ବସଷ୍ଟାଣ୍ଡରେ ଲୋକମାନଙ୍କୁ ଉଦ୍ଧାର କରାଯାଇ ରଖାଯିବ।

ସମ୍ବନ୍ଧିତ ଖବର