କଟକ : ଗୋପବନ୍ଧୁ ପ୍ରଶାସନିକ ଏକାଡେମିର ୫ଜଣ ଠିକା କର୍ମଚାରୀଙ୍କ ଚାକିରି ନିୟମିତ ପ୍ରସଂଗରେ ହାଇକୋର୍ଟ ପ୍ରଦାନ କରିଥିବା ରାୟ ସୁପ୍ରିମକୋର୍ଟରେ କାଏମ୍ ରହିଛି। ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ୍ କରି ରାଜ୍ୟ ସରକାର ଓ ଗୋପବନ୍ଧୁ ଏକାଡେମି ପକ୍ଷରୁ ଦାୟର ଏସ୍ଏଲ୍ପିକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ଗୋପବନ୍ଧୁ ଏକାଡେମିରେ ୧୧ ବର୍ଷରୁ ଅଧିକ ସମୟ ଧରି ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଦୁଇ ଜଣ କନିଷ୍ଠ ଡାଟା ଏଣ୍ଟ୍ରି ଅପରେଟର ଓ ତିନି ଜଣ ପିଅନ ଚାକରି ନିୟମିତ ପ୍ରସଂଗକୁ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନର ହାଇକୋର୍ଟ ଶୁଣାଣି କରି ଆବେଦନକାରୀଙ୍କ ଚାକିରି ନିୟମିତ ପ୍ରସଂଗରେ ଚାରି ମାସ ଭିତରେ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜଣିକିଆ ବିଚାରପତିଙ୍କ ରାୟ ବିରୋଧରେ ରାଜ୍ୟ ସରକାର ଓ ଗୋପବନ୍ଧୁ ଏକାଡେମି ପକ୍ଷରୁ ରିଟ୍ ଅପିଲ ଦାୟର କରାଯାଇଥିଲା। ହାଇକୋର୍ଟର ଦୁଇଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଦୁଇ ରିଟ୍ ଅପିଲକୁ ୨୦୨୧, ଫେବ୍ରୁଆରି ୧୦ରେ ଖାରଜ କରିଥିଲେ। ହାଇକୋର୍ଟଙ୍କ ଏହି ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ଓ ଗୋପବନ୍ଧୁ ଏକାଡେମି ସୁପ୍ରିମକୋର୍ଟରେ ଏସଏଲପି ଦାଖଲ କରିଥିଲେ। ଠିକା କର୍ମଚାରୀଙ୍କ ପକ୍ଷରୁ ଆଇନଜୀବୀ ଭବାନୀ ଶଙ୍କର ତ୍ରିପାଠୀ ଓ ସୌମ୍ୟଜିତ୍ ପାଣି ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/supreme-court-india.jpg)